Odisha Weather: ତାତିରୁ ମିଳିବପାରେ ସାମାନ୍ୟ ଆଶ୍ୱସ୍ତି !
Odisha Weather: ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରଭାହ ଜାରି ରହିଛି । ଆସନ୍ତାକାଲି ଏବଂ ପହରଦିନ ଘଡ଼ଘଡ଼ି ଜନିତ ବର୍ଷା ସହ କୁଆପଥର ବର୍ଷା ହେବା ନେଇ ଆଶଙ୍କା ରହିଛି, ଏନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରିକରିଛି । ସେହିପରି ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ବଳବତର ରହିବ ହିଟ୍ ୱେଭ୍ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ନୟାଗଡ଼, ବଲାଙ୍ଗିର, ଭଦ୍ରକ, ଗଜପତି ଏବଂ ବୌଦ୍ଧରେ ହିଟୱେଭ୍ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆଜି ଏବଂ ଆସନ୍ତା କାଲି ୨ ଡିଗ୍ରୀ ତାପମାତ୍ରା କମିବ । କାଳବୈଶାଖୀ ବର୍ଷା ପବନ ହେବାର ଆଶଙ୍କା ରହିଛି । ଫଳରେ ଦିନର ତାପମାତ୍ରା ହ୍ରାସପାଇବାର ଆଶଙ୍କା ରହିଛି । ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାକୁ କୁଆପଥର ବର୍ଷା ନେଇ ଅରେଞ୍ଜ ଆଲାର୍ଟ ଜାରି କରାଯାଇଛି।
ଶନିବାର ଦିନ କେନ୍ଦୁଝର ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି, ଝାରସୁଗୁଡ଼ାରେ ୩୭.୪, ସମ୍ବଲପୁରରେ ୩୭.୪, ଚାନ୍ଦବାଲିରେ ୩୭.୩ ତାପମାତ୍ରା, ହୀରାକୁଦରେ ୩୬.୯, ରାଜଧାନୀ ଭୁବନେଶ୍ୱରରେ ୩୬.୨ ଏବଂ ବାଲେଶ୍ୱରରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସୂଚନାଥାଉ ଯେ, ଆଶନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ହିଟୱେଭ୍ ଆଲର୍ଚ ଜାରି କରାଯାଇଛି ।












Click it and Unblock the Notifications