Odisha Weather: ଜୁନ୍‌ ୨୪ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା

ରାଜ୍ୟରେ ଜାରି ରହିବ ବର୍ଷା। ଜୁନ୍‌ ୨୪ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ସୂଚନା ମିଳିଛି । ଆଜି ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଜାରି ରହିବ ।

Odisha Weather Rain will continue in the state till June 24

ଦେବଗଡ, ଅନୁଗୁଳ, ମୟୁରଭଞ୍ଜ, ବରଗଡ ଓ ସୁବର୍ଣ୍ଣପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଶୁକ୍ରବାର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେହିପରି ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାସହ ଉତ୍ତର-ପଶ୍ଚିମ ଦିଗରେ ଝାଡଖଣ୍ଡ ଆଡକୁ ଗତି କରିବାର ସମ୍ଭାବନା ଥିବାର ବେଳେ ଏହାର ପ୍ରଭାବରେ ଜୁନ୍‌ ୨୪ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ।

24 ଘଣ୍ଟା 5 ଜିଲ୍ଲାରେ ପ୍ରବଳ ବର୍ଷା

ଆସନ୍ତା ୨୪ଘଣ୍ଟା ପାଇଁ ବିଶେଷ କରି ପାଞ୍ଚଟି ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି‌ । ଝାରୁସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷାର ପରିମାଣ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅର୍ଥାତ୍ ୧୨ସେମି ରୁ ୨୦ସେମି ପର୍ଯନ୍ତ ବର୍ଷା ପୁର୍ବାନୁମାନ କରାଯିବା ସହ ଏନେଇ ସତର୍କ ରହିବାକୁ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ସେହିପରି ତିନୋଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼, ଅନୁଗୁଳ, ଦେଓଗଡ ଜିଲ୍କାରେ ୭ରୁ ୧୧ସେମି ପର୍ଯନ୍ତ ବର୍ଷା ସହ ପାଗ ସାଧାରଣତଃ ମେଘାଚ୍ଛନ୍ନ ରହିବ ବୋଲି ପୁର୍ବାନୁମାନ କରାଯାଇଛି। ବାକି ଜିଲ୍ଲାରେ ବର୍ଷା ନେଇ କୌଣସି ସତର୍କତା ଜାରି କରାଯାଇନାହିଁ ।

ସେହିପରି ଆସନ୍ତାକାଲି ପାଇଁ ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୨୧ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝର ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଅର୍ଥାତ୍ ପ୍ରବଳ ବର୍ଷାର ପୁର୍ବାନୁମାନ କରାଯାଇଛି । ୨୩ ତାରିଖ ବର୍ଷାର ମାତ୍ରା ଏତେ ରହିବ ନାହିଁ ବୋଲି କହିଛି ପାଣିପାଗ ବିଭାଗ ।

ମୟୂରଭଞ୍ଜରେ ସର୍ବାଧିକ ବର୍ଷା ରେକର୍ଡ

ଆଜି ପାଇ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଆସନ୍ତାକାଲି ଠୁ କୋୖଣସି ସତର୍କତା ନାହିଁ । ଗତ ୨୪ ଘଣ଼୍ଟାରେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରି ସେଲସିୟସ ଓ ଅନୁଗୁଳରେ ସର୍ବନିମ୍ନ ୨୧.୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ମୟୁରଭଞ୍ଜରେ ସର୍ବାଧିକ ୧୭୮ ମିମି ବର୍ଷା ରେକର୍ଡ କରାଯାଇଛି।

ଦୁଇ ଜିଲ୍ଲାରେ ସର୍ବାଧିକ ବର୍ଷା, ମାଲକାନଗିରିରେ ନାହିଁ ବର୍ଷା
ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭୩ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ବିଗତ ଜୁନ୍ ମାସ ଆରମ୍ଭରୁ ଏଯାବତ ବର୍ଷାର‌ ପରିମାଣ ଦୁଇଟି ଜିଲ୍ଲାରେ ଭଲ ମାତ୍ରାରେ ରେକର୍ଡ ହୋଇଛି । ଅର୍ଥାତ୍ ସୁନ୍ଦରଗଡ ଓ ଦେଓଗଡରେ ମାତ୍ରାଧିକ ଠୁ ଅଧିକ ବର୍ଷା ରେକର୍ଡ ହୋଇଛି। ସେହିପରି ପାଞ୍ଚଟି ଜିଲ୍ଲା ଢେଙ୍କାନାଳ, ଜଗତସିଂହପୁର, ବୌଦ୍ଧ, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ମାତ୍ରାଧିକ ବର୍ଷା ରେକର୍ଡ ହୋଇଛି। ତା ସହିତ ୧୫ଟି ଜିଲ୍ଲାରେ ବର୍ଷା ସ୍ବଭାବିକ ରହିଛି । ସାତୋଟି ଜିଲ୍ଲା ବରଗଡ଼, ବଲାଙ୍ଗିର, ନୁଆପଡା, ବାଲେଶ୍ବର , ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡିରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି । ସେହିପରି ଗୋଟିଏ ଜିଲ୍ଲା ମାଲକାନଗିରିରୁ ନିମ୍ନ ଠାରୁ କମ ମାତ୍ରାରେ ବର୍ଷା ରେକର୍ଡ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+