Odisha Weather: ଆସନ୍ତାକାଲିଠାରୁ ଏହି ସବୁ ଜିଲାରେ ବର୍ଷା!

ବଦଳିବ ପାଣିପାଗ । ଆସନ୍ତାକାଲି ଠାରୁ କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ ଅନୁଯାୟୀ, ୧୯ ତାରିଖରେ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା , ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୦ ତାରିଖରେ କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପ ଭଦ୍ରକ, କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Odisha Weather

ଅନ୍ୟପଟେ, ତାତି ଆକଳନ କରି ଆଗୁଆ ସତର୍କ କରାଇଲା ଉଚ୍ଚ ଶିକ୍ଷା ବିଭାଗ । ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟମାନଙ୍କୁ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। କିପରି ହିଟୱେଭକୁ ସାମ୍ନା କରିବେ ସେନେଇ ସୂଚନା ଜାରି ହୋଇଛି। ପାଠପଢ଼ା ଓ ପରୀକ୍ଷା ଆଦିକୁ ସକାଳୁଆ କରିବାକୁ ପରାମର୍ଶ ଦିଆଯାଇଛି। ଅପରାହ୍ନରେ ଆଉଟଡୋର କାର୍ଯ୍ୟକଳାପ ପାଇଁ ବାରଣ କରାଯାଇଛି। ପିଇବା ପାଣି, ଓଆରଏସ ଆଦି ମହଜୁଦ ରଖିବାକୁ ଚିଠିଲେ ଉଲ୍ଲେଖ ଲେଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+