Odisha Weather: ୧୯ ଯାଏଁ ବର୍ଷା, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ପାଗ ଅନୁକୁଳ ରହିଛି । ଚାଷୀମାନଙ୍କ ପାଇଁ ବେସ ଖୁସିର ଖବର । ଦୁଇରୁ ତିନି ମଧ୍ୟରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବ । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଘୂର୍ଣ୍ଣିବଳୟ ସକ୍ରିୟ ଫଳରେ ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଓଡ଼ିଶା ଛୁଇଁଥିଲା। ଲାଗୁଥିଲା ଜୁନ୍ ମାସରେ ଭଲ ବର୍ଷା ହେବ। ହେଲେ ଦୁଇ ସପ୍ତାହ ହେଲା ମୌସୁମୀ ବିରତି ନେବା ଦ୍ବାରା ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ଜୁନ୍ ୧ରୁ ୧୫ ତାରିଖ ମଧ୍ୟରେ ସାରା ରାଜ୍ୟରେ ସ୍ବାଭାବିକ ଭାବେ ୪୨.୯ ମିମି ବର୍ଷା ହେବା କଥା। ମାତ୍ର ଏହି ସମୟ ମଧ୍ୟରେ ବହୁତ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗିରହିଛି। ଗଞ୍ଜାମ ଓ ଜଗତ୍ସିଂହପୁର ଜିଲ୍ଲାରେ ସ୍ବାଭାବିକଠାରୁ ସାମାନ୍ୟ ଅଧିକ ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଜପତି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଅନ୍ୟ ସମସ୍ତ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଉପୁଜିଛି। ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ଅଧିକ ନିଅଣ୍ଟିଆ ଅର୍ଥାତ୍ ୬୦%ରୁ ଅଧିକ ନିଅଣ୍ଟିଆ ସ୍ଥିତି ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିବ। ୧୬ ଓ ୧୭ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଅନ୍ୟ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୧୭ରୁ ୧୯ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ରରେ ୪୦ରୁ ୫୦ କିମି ବେଗରେ ପବନ ବହିବ। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୬୦ କିମିରେ ପହଞ୍ଚିପାରେ। ତାହାକୁ ନଜରରେ ରଖି ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼, ଝାରସୁଗୁଡ଼ା, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତି ହେବାର ସମ୍ଭାବନା ଥିବାରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତା ତିନି ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ଏବଂ ପରବର୍ତ୍ତୀ ସମୟରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି।
ଅନ୍ୟପଟେ ଭାରତୀୟ ପାଣିପାଗ ନିର୍ଦ୍ଦେଶକଡଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି," ଚଳିତ ଥର ସଅଳ ଆସିଥିବା ମୌସୁମୀ ଏବେ ସକ୍ରିୟ ହୋଇଛି । ଦେଶର ବିଭିନ୍ନ ରାଜ୍ୟ ଅତିକ୍ରମ କରି ଓଡ଼ିଶା ମଧ୍ୟ ପ୍ରବେଶ କରିଥିବା ବେଳେ ବିଭିନ୍ନ ପ୍ରାନ୍ତକୁ ମୌସୁମୀ ଛୁଇଁଛି । ତେଣୁ ଆଗାମୀ ଦୁଇ ଦିନ ମଧ୍ୟରେ ଅଗ୍ରସର ହେବ ମୌସୁନୀ ବାୟୁ । ଏପରିକି ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବାୟୁ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ବର୍ଷାର ପରିମାଣ ବଢିବ । ଦକ୍ଷିଣ ଓଡ଼ିଶାରେ ମୌସୁମୀ ସକ୍ରିୟ ଅଛି , ଆଗକୁ ଅହୁରି ପ୍ରଭାବ ଦେଖିବାକୁ ମିଳିବ। ଲଘୁଚାପ କ୍ଷେତ୍ର ସୃଷ୍ଟି ଫଳରେ ଯାହାର ପ୍ରଭାବରେ ମୌସୁମୀ ସକ୍ରିୟ ହେବ । ମୌସୁମୀ ଋତୁରେ ଯେତିକି ବର୍ଷା ହୁଏ ଚଳିତ ବର୍ଷ ଓଡିଶାରେ ତାଠୁ ଅଧିକ ବର୍ଷା ହେବ । ଅର୍ଥାତ୍ ସ୍ବଳ୍ପ ବୃଷ୍ଟାପାତ ନୁହେଁ ସ୍ବଭାବିକଠୁ ଅଧିକ ବର୍ଷ ହୋଇପାରେ । ଯାହାକି ଚାଷ ଓ ଚାଷୀ ଭାଇମାନଙ୍କ ପାଇଁ ପୁରା ଅନୁକୁଳ ପାଗ ରହିବ । ଫଳରେ ଚାଷର କାର୍ଯ୍ଯ ସଠିକ ଭାବେ କରିବା ପାଇଁ ଆବଶ୍ୟକୀୟ ବୃଷ୍ଟିପାତ ବିଶେଷ କରି ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଲାଗି ରହିବ ।"
ଆସନ୍ତା ୫ ଦିନ ମଧ୍ୟରେ ସାରା ରାଜ୍ୟରେ ଭଲ ବର୍ଷା ହେବାକୁ ଯାଉଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୩.୧ କିମିରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହେବ। ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ବିଦର୍ଭ ଓ ଛତିଶଗଡ଼ର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି। ପରବର୍ତ୍ତୀ ୩ ଦିନ ମଧ୍ୟରେ ଗୁରୁରାଟ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରକୁ ଅଗ୍ରସର ହେବ। ତେଣୁ ବର୍ଷା ପରିମାଣ ବଢ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।












Click it and Unblock the Notifications