ପୁଣି ଚିନ୍ତା ବଢାଉଛି ବର୍ଷା: ରାଜ୍ୟରେ ଆଜି ବଦଳିବ ପାଗର ମିଜାଜ
Odisha Weather: ବର୍ଷା ନେଇ ପୁଣି ବଢିଲା ଚାଷୀର ଚିନ୍ତା । ଦୁଇ ଦିନ ପରେ ପୁଣି ବଦଳିବ ପାଗର ମିଜାଜ । ପଶ୍ଚିମାଝଡ଼ ପ୍ରଭାବରେ ଆଜି ବରଗଡ଼, ବଲାଙ୍ଗୀର,ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ଏବଂ ସୋନପୁର ଜିଲ୍ଲାରେ ବର୍ଷାର ଆଶଙ୍କା ରହିଛି । ଆଜି ଟ୍ୱିନ ସିଟିରେ ପାଗ ଶୁଖିଲା ରହିଛି । ହେଲେ ଆସନ୍ତକାଲିଠୁ ରାଜ୍ୟରେ ପାଗ ପରିବର୍ତ୍ତନ ହୋଇପାରେ ।

ସେହିପରି ୨୯ ତାରିଖ ବେଳକୁ ମଧ୍ୟ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଉକ୍ତ ଜିଲ୍ଲା ଗୁଡିକ ହେଲା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, ଓ କଳାହାଣ୍ତି । ସେହିପର ଡିସେମ୍ବର ୩୦ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଶୀତର ପ୍ରକୋପ ଜାରି ରହିବ । ରାଜ୍ୟର ନେକ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି ।












Click it and Unblock the Notifications