Odisha Weather: ବର୍ଷା ପରେ ଖସିବ ପାରଦ, ରାଜ୍ୟକୁ ଛୁଇଁବ ପହିଲି ଶୀତ

ଓଡ଼ିଶାକୁ ଛୁଇଁବ ପହିଲି ଶୀତ । ବର୍ଷା ପରେ ସମଗ୍ର ରାଜ୍ୟରେ କମିବ ତାପମାତ୍ରା, ଅନୁଭୂତି ହେବ ଶୀତର ପ୍ରକୋପ । ଆଜିଠୁ ବଦଳିବ ପାଗର ମିଜାଜ୍, ଅନୁଭବ ହେବ ଥଣ୍ଡା । ରାଜ୍ୟରେ ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ରାତିର ତାପମାତ୍ରାରେ ପରିବର୍ତ୍ତନ ହେବ । ସେପଟେ ମିଁଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ଉପରେ କୌଣସି ପ୍ରଭାବ ନଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ।

Odisha Weather

7 ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ:

ସେପଟେ ମିଁଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଲଘୁଚାପରେ ପରିଣତ ହୋଇ ଆଗାମୀ ୫ ଦିନ ଭିତରେ ପଶ୍ଚିମବଙ୍ଗ କିମ୍ବା ବଙ୍ଗଳାଦେଶ ଆଡ଼କୁ ତାହା ଗତି କରିପାରେ । ଓଡ଼ିଶା ଉପକୂଳରେ ଏହାର କିଛି ପ୍ରଭାବ ପଡିବ ନାହିଁ । ଆଗାମୀ 7 ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା କମିବ । ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ । ଏହା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ସୋମବାର ଦକ୍ଷିଣ ଉପକୂଳ ଓଡ଼ିଶା ଓ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାରଠୁ ୮ ତାରିଖ ଯାଏ ରାଜ୍ୟ ସାରା ପାଗ ଶୁଖିଲା ରହିବ ।

ଗତକାଲି ରାତିର ସବୁଠୁ କମ୍‌ ତାପମାତ୍ରା କୋରାପୁଟରେ ୧୫.୪ ଡିଗ୍ରୀ ରହିଥିଲା । ସେହିପରି ଫୁଲବାଣୀରେ ୧୮ ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୧୯ ଡିଗ୍ରୀ ରହିଥିଲା । ପୁରୀରେ ରାତିର ତାପମାତ୍ରା ସର୍ବାଧିକ ୨୬.୮ ଡିଗ୍ରୀ ରହିଥିଲା । ପାରାଦୀପରେ ୨୫.୭ ଡିଗ୍ରୀ , ଗୋପାଳପୁରରେ ୨୫.୪ ଡିଗ୍ରୀ, ଛତ୍ରପୁରରେ ୨୫.୫ ଡିଗ୍ରୀ, ଗୋପାଳପୁରରେ ୨୫.୪ ଡିଗ୍ରୀ, ବରଗଡ଼ରେ ୨୫.୨ ଓ ଟିଟିଲାଗଡ଼ରେ ୨୫ ଡିଗ୍ରୀ ତାପମାତ୍ରା ରହିଥିଲା । ସେହିପରି ଭୁବନେଶ୍ୱରରେ ରାତିର ତାପମାତ୍ରା ୨୪ ଡିଗ୍ରୀ, କଟକରେ ୨୩ ଡିଗ୍ରୀ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+