Odisha Weather: ୧୦ ସହରରେ ପାରଦ ୩୫ ଡିଗ୍ରୀ ପାର୍; ଆହୁରି ୨ ଦିନ ଘନ କୁହୁଡ଼ି

ଦିନକୁ ଦିନ ବଢ଼ୁଛି ତାତି । ରାଜ୍ୟର ୧୦ ସହରରେ ତାତି ୩୫ ଡିଗ୍ରୀ ସେଲସିୟସ୍ ଟପିଛି । ଆସନ୍ତା ୪ରୁ ୫ ଦିନ ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ୬ ତାରିଖରେ ଭଦ୍ରକ, ଜଗତ୍ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ ଓ ଢ଼େଙ୍କାନାଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେହିପରି ୭ ତାରିଖରେ କଟକ, ଖୋର୍ଦ୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଓ ଗଞ୍ଜାମରେ ଘନ କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରାଯାଇଛି ।

Odisha Weather

ବୁଧବାର ମାଲକାନଗିରି ଓ ବଲାଙ୍ଗିରରେ ତାତି ସବୁଠୁ ଅଧିକ ୩୬ ଡିଗ୍ରୀ ରେକର୍ଡ ହୋଇଛି । ସମ୍ବଲପୁର, ହୀରାକୁଦ ଓ ଝାରସୁଗୁଡ଼ାରେ ୩୫.୯, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୩୫.୫, ସୋନପୁରରେ ୩୫.୨, ଅନୁଗୁଳରେ ୩୫.୧ ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱର, ତାଳଚେର ଓ ବୌଦ୍ଧରେ ୩୩.୮, କୋରାପୁଟରେ ୩୩.୨, ଫୁଲବାଣୀରେ ୩୨.୯, ଯାଜପୁରରେ ୩୨.୮, ବାରିପଦାରେ ୩୨.୬, ଛତ୍ରପୁରରେ ୩୨.୭, କେନ୍ଦୁଝରରେ ୩୨.୩, କଟକ ଓ ପୁରୀରେ ୩୧.୮, ଦାରିଙ୍ଗିବାଡ଼ିରେ ୩୧.୫ଡିଗ୍ରୀ ରେକର୍ଡ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+