ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଛି, ୨୪ ଘଣ୍ଟା ପାଇଁ ଅନେକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Odisha Weather: ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଛି । କେଉଁଠି କୁଆପଥର ବର୍ଷ ତ କେଉଁଠି ପବନ ବର୍ଷା ହେଉଥିବାର ଦେଖିବା ପାଇଁ ମିଳୁଛି। ଆଜି ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର,ଭଦ୍ରକ ଆଜି ଜିଲ୍ଲାରେ ପ୍ରବଳ ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

Odisha Weather

ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନାୟଗଡ଼, ଖୋର୍ଦ୍ଧା, ପୁରୀ,କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଆଜି ଦିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଗି ସମୟରେ ପବନର ବେଗ ୩୦ ରୁ ୪୦ କିମି ରହିବ ଯେଉଁଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା । ଅନ୍ୟପକ୍ଷରେ ଅଦିନିଆ ବର୍ଷା ପାଇଁ ଅମଳ ବର୍ଷା ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଖରିଫ ଧାନସଂଗ୍ରହ ପ୍ରକ୍ରିୟା ଜାରି ରହିଥିବାବେଳେ ଅଦିନିଆ ବର୍ଷା ବିଭିନ୍ନ ଜିଲ୍ଲାମାନଙ୍କରେ ମଧ୍ୟ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+