Odisha Weather: ଅଦିନିଆ ବର୍ଷାରେ କଲା ବେହାଲ, ଧାନ ଉଠାଣ ପାଇଁ ନିର୍ଦ୍ଦେଶ, ଅରେଞ୍ଜ ୱାର୍ଣ୍ଣିଂ ଜାରି

ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅଦିନିଆ ବର୍ଷା । କେଉଁଠି କୁଆପଥର ତ ଆଉ କେ‌ଉଁଠି ବର୍ଷା ପବନ । ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦୁଇ ଦିନ ହେଲା ତୁହାକୁ ତୁହା ବର୍ଷା ହେବାରୁ ବ୍ୟାପକ ଫସଲ ନଷ୍ଟ ସହ କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି।

୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ଆଶଙ୍କା ଥିବାରୁ ‌ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଏହାବ୍ୟତୀତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଯାଜପୁର ଜିଲ୍ଲାରେ ହାଲୁକା ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Odisha Weather

ବର୍ଷା କମିବା ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ବରରେ ୨୫.୪, ବାରିପଦାରେ ୨୨.୪, ଢେଙ୍କାନାଳରେ ୨୧, ଚାନ୍ଦବାଲିରେ ୧୮.୪, ତାଳଚେରରେ ୧୫, କେନ୍ଦୁଝରରେ ୧୨.୮, ଭଦ୍ରକରେ ୭.୬, ବାଲେଶ୍ବରରେ ୬.୯, କଟକରେ ୫ ମିମି ବର୍ଷା ହୋଇଛି। କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୭.୭ ମିମି ବର୍ଷା ରେକର୍ଡ କରାଯାଇଛି ।

ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ଧାନକିଣା ପ୍ରକ୍ରିୟାକୁ ଚାଲୁ ରଖିବା ସହିତ ଅମଳ ଧାନର ସୁରକ୍ଷା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆବଶ୍ୟକୀୟ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ।

ଚାଷୀମାନଙ୍କୁ ଆଗୁଆ ସଚେତନ କରାଯିବା ସହ ପାଣିପାଗ ସଂପର୍କରେ ସୂଚନା ଦିଆଯାଇଛି । ଏଥି ନିମନ୍ତେ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ମଣ୍ଡିରେ ଗଚ୍ଛିତ ଥିବା ଧାନଗୁଡ଼ିକୁ ଘୋଡେଇ ରଖିବା ନିମନ୍ତେ ଆବଶ୍ୟକ ପଲିଥିନ୍‌ ଯୋଗାଇଦେବା ପାଇଁ ପରାମର୍ଶ ଦିଆଯାଇଛି । ଏଥି ସହ ଅଗ୍ରାଧିକାର ଭିତ୍ତିରେ ଧାନ ଉଠାଣ ପାଇଁ ମିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+