ରାଜ୍ୟରେ ନାହିଁ ବିଶେଷ ବର୍ଷା: ଗରମ ସାଙ୍ଗକୁ ଗୁଳୁଗୁଳି: ୩୭ ଡିଗ୍ରୀ ଛୁଇଁଲା ତାପମାତ୍ରା

ରାଜ୍ୟରେ ପ୍ରବଳ ଖରା । ପୁଣି ଗୁଳୁଗୁଳି । ତାପମାତ୍ରା ୩୬ ଡେଇଁ ୩୭ ଡିଗ୍ରୀ ସେଲସିୟସ୍‌ ପାଖରେ ପହଞ୍ଚିଲାଣି । ରାତି ଅସହ୍ୟ ହେଉଛି । ଚିନ୍ତାର ବିଷୟ ହେଲା-ରାଜ୍ୟରେ ଏବେ ବିଶେଷ ବର୍ଷା ସମ୍ଭାବନା ନାହିଁ ।

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ବର୍ତ୍ତମାନ ଯେଉଁ ଘୂର୍ଣ୍ଣିବଳୟ ଦକ୍ଷିଣ ଓଡ଼ିଶା ଓ ପାଖ ଉତ୍ତର ଆନ୍ଧ୍ର ଉପକୂଳ ଉପରେ ଅଛି, ତାହା ୨ ଦିନ ଭିତରେ ଲଘୁଚାପ ରୂପ ନେଇପାରେ । ମାତ୍ର ଏହା ପ୍ରଭାବରେ ସେଭଳି ବିସ୍ତୃତ ବର୍ଷା ସମ୍ଭାବନା ଦେଖାଯାଉନି । ଅପରପକ୍ଷରେ ବିସ୍ତାରିତ ପୂର୍ବାନୁମାନ ମଡେଲ୍‌ର ବିଶ୍ଳେଷଣ ଅନୁସାରେ ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ ପଶ୍ଚିମ କେନ୍ଦ୍ରୀୟ ଓ ପାଖ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ।

oDISHA WEATHER No significant rain in the state

ତାଜା ଆକଳନ ହେଲା, ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ଓ ଉପକୂଳର ଅଳ୍ପ କିଛି ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଶନିବାରଠାରୁ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ବର୍ଷା ହେବ ।

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୩ ଦିନ ଭିତରେ ଉତ୍ତର ଓଡ଼ିଶାରେ ଗରମ କମିବାର ସମ୍ଭାବନା ଦେଖାଯାଉନି । ତେବେ ଭୁବନେଶ୍ୱର ଓ କଟକରେ ଶୁକ୍ରବାର ସାମାନ୍ୟ ତାପମାତ୍ରା କମିପାରେ । ହେଲେ ଶନିବାର ପୁଣି କିଛି ମାତ୍ରାରେ ବଢ଼ିବା ସହ ରବିବାର ସାମାନ୍ୟ କମିପାରେ । ବର୍ତ୍ତମାନ ପବନର ବେଗ ଅତ୍ୟନ୍ତ ଧିମା ରହିବା ସହ ଆର୍ଦ୍ରତା ଅଧିକ ରହୁଛି । ବାୟୁମଣ୍ଡଳର ନିମ୍ନ ଭାଗରୁ ଗରମ ପବନ ଉପରକୁ ଉଠିପାରୁନି । ତେଣୁ ଗରମ ପ୍ରକୋପ ଅଧିକ ଅନୁଭୂତ ହେଉଛି ।

ଗୁରୁବାର ରାଜ୍ୟର ୧୦ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରେ ଥିଲା । ଚାନ୍ଦବାଲିରେ ସର୍ବାଧିକ ୩୬.୮, ଭୁବନେଶ୍ୱର ୩୬ ଓ ନୟାଗଡ଼ ୩୬.୫ ଡିଗ୍ରୀ ଥିଲା । କଟକରେ ପାରଦ ୩୫ ଟପିଥିବାବେଳେ ପୁରୀ ସହର ବି ୩୫ ଡିଗ୍ରୀ ଛୁଇଁଛି । ଚିନ୍ତାର ବିଷୟ ହେଲା, ରାତି ତାପମାତ୍ରା ପ୍ରାୟତଃ ୨୬-୨୮ ଡିଗ୍ରୀ ରହୁଛି । ପୁରୀରେ ରାତି ତାପମାତ୍ରା ୨୯ ଡିଗ୍ରୀ ଛୁଇଁଥିବାବେଳେ ବାଲେଶ୍ୱର, ଚାନ୍ଦବାଲି ୨୮ ଟପିଛି । ଏହାବାଦ୍‌ ପ୍ରାୟତଃ ଆର୍ଦ୍ରତା ପରିମାଣ ୭୦% ଉପରେ ରହୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+