Odisha Weather: ଏବେ ବଡ଼ ବର୍ଷା ନାହିଁ, କାଁଭାଁ ସ୍ଥାନରେ ବର୍ଷିବ

ରାଜ୍ୟରେ କ୍ରମାଗତ ଭାବେ ବ‌ର୍ଷା ଜାରି ରହିଥିବା ବେଳେ ଏଥିରେ ବିରାମ ଲାଗିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଏବେ ରାଜ୍ୟ ଉପରେ ସେମିତି କିଛି ଟ୍ରଫ୍‌ଲାଇନ୍‌ ନାହିଁ। ଫଳରେ ବଡ଼ ଓ ଭଲ ବର୍ଷା ହେବାର ସମ୍ଭାବନା ବିଶେଷ ନାହିଁ ।

ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୨୫ ତାରିଖ ଯାଏ ରାଜ୍ୟର କିଛି କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହୋଇପାରେ । ଆସନ୍ତାକାଲି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବାକୁ ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । ଏହାପରେ ରାଜ୍ୟରେ ବର୍ଷା ପରିମାଣ କମିବ ଓ ବିକ୍ଷିପ୍ତ ବର୍ଷା ହେବ ।

No heavy rain now

ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ:

ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢ଼ିବା । ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ଘଣ୍ଟାପ୍ରତି 30ରୁ 40 କିମି ବେଗରେ ବହିବ । ଯାହାକୁ ନେଇ 17 ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ନବରଙ୍ଗପୁର, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 23 ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ବର୍ଷା ସହ ବିଜୁଳି ଓ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପ୍ରବଳ ବର୍ଷା ୱାର୍ଣ୍ଣିଂ:

ସେପଟେ 24 ତାରିଖରୁ ପ୍ରବଳ ବର୍ଷା ହେବ । 5 ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଟକା ପବନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ । ସେହିପରି 25 ତାରିଖ ପାଇଁ ସୁନ୍ଦରଗଡ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+