Odisha Weather: ମେ’ ରେ ବଢ଼ିବ ରାତିର ତାତି

ଚଳିତ ବର୍ଷ ମଇରେ ଦେଶ ସହ ରାଜ୍ୟରେ ସ୍ୱାଭାବିକରୁ ଅଧିକ ତାତି ଅନୁଭୂତ ହେବ। ଦିନ ଅପେକ୍ଷା ରାତି ତାପମାତ୍ରା ଅଧିକ ରହିବ।

ରାତିରେ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଭାସି ମାଧ୍ୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମେ'ରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ ।

ଦେଶର ଦକ୍ଷିଣାତ୍ୟ ଉପଦ୍ବୀପ ଏବଂ ପୂର୍ବାଞ୍ଚଳର କେତେକ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ କିମ୍ବା ସ୍ବାଭାବିକରୁ କମ୍‌ ରହିବ । ରାତିରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିପାରେ । ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ ଭାରତ ଏବଂ ପୂର୍ବ ଭାରତର ଅନେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ସ୍ବାଭାବିକରୁ ଅଧିକ ରହିବ । ବିଶେଷ କରି ରାଜସ୍ଥାନ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ, ଗୁଜରାଟ, ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ତେଲଙ୍ଗାନା ଏବଂ କର୍ଣ୍ଣାଟକରେ ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ଅଧିକ ରହିବା ସମ୍ଭାବନା ରହିଛି । ମେ'ରେ ବର୍ଷା ସ୍ବାଭାବିକ ରହିବ।

Odisha Weather Night temperatures to increase in May

ଉତ୍ତର-ପଶ୍ଚିମାଞ୍ଚଳ, କେନ୍ଦ୍ରୀୟ ଭାରତ ଏବଂ ପୂର୍ବ ଭାରତ କିଛି ଅଞ୍ଚଳକୁ ଛାଡ଼ି ଦେଲେ ଅବଶିଷ୍ଟ ସ୍ଥାନଗୁଡ଼ିକରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇପାରେ। ସାରା ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ; କିନ୍ତୁ ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବା ଦ୍ବାରା ରାତିରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ। ଦକ୍ଷିଣ, ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଅବଧି ଅଧିକ ରହିବା ସମ୍ଭାବନା ରହିଛି।

ମଙ୍ଗଳବାର ବିଳମ୍ବିତ ରାତିରେ ସାରା ରାଜ୍ୟରେ କାଳ‌ବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଅଧିକାଂଶ ସ୍ଥାନରେ ଝଟକା ପବନର ବେଗ ଘଣ୍ଟାପ୍ରତି ୪୫କି.ମି ଥିଲା। ଜଗତସିଂହପୁରରେ ଘଣ୍ଟାପ୍ରତି ପବନର ବେଗ ୬୮କି.ମି ଥିଲା। କଟକରେ ୬୮କି.ମି, ପୁରୀ ୬୩କି.ମି,ତାଳଚେର ୬୧କି.ମି ଏବଂ ଭୁବନେଶ୍ବରରେ ଝଟକା ପବନର ବେଗ ଘଣ୍ଟାପ୍ରତି ୮୧କି.ମି ଥିଲା। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଯାଜପୁର ଜିଲାକୁ କାଳବୈଶାଖୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ଅଞ୍ଚଳରେ କୁଆପଥର ସହିତ ପ୍ରବଳ ବର୍ଷା ହୋଇପାରେ।

ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୫୦ରୁ ୬୦କି.ମି.ବେଗରେ ପବନ ବହିପାରେ। କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ ବରଗଡ଼ ଜିଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାକୁ କାଳବୈଶାଖୀ ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ସାରା ରାଜ୍ୟରେ ଦିନ ତାପମାତ୍ରା ୩୭ ଡିଗ୍ରୀକୁ ଖସି ଆସିଥିବା ବେଳେ ଆଗାମୀ ୩ଦିନ ପରେ ୪ଡିଗ୍ରୀ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+