Odisha Weather: କମିବ ରାତିର ତାପମାତ୍ରା; ୮ ତାରିଖରୁ କମିବ କୁହୁଡ଼ି ପ୍ରଭାବ

ଶୁକ୍ରବାରଠୁ କମିବ ରାତିର ତାପମାତ୍ରା । ପରବର୍ତ୍ତୀ ୩ ଦିନ ଯାଏ ପାରଦ ୨ରୁ ୪ ଡିଗ୍ରୀ କମିବାର ସମ୍ଭାବନା ରହିଛି । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ବର ।

ରାଜ୍ୟରେ ଦୁଇଦିନ ପରେ ଦିନର ତାପମାତ୍ରା ମଧ୍ୟ ସାମାନ୍ୟ କମିବାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୮ ତାରିଖରୁ କୁହୁଡ଼ି ପ୍ରଭାବ କମିବ ।

ରାଜ୍ୟରେ ବର୍ତ୍ତମାନ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ପ୍ରାୟତଃ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ଗୁରୁବାର ୪ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିଲା । ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ, ମାଲକାନଗିରିରେ ୩୫, ଝାରସୁଗୁଡ଼ାରେ ୩୫, ଅନୁଗୁଳରେ ୩୫.୧ ଡିଗ୍ରୀ ଥିଲା । ବରଗଡ଼ ତାପମାତ୍ରା ୩୪.୫, ସମ୍ବଲପୁର ୩୪, ସୁନ୍ଦରଗଡ଼ ୩୪, ବଲାଙ୍ଗୀର ୩୩.୯ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପଟେ ରାତି ତାପମାତ୍ରା ଉପକୂଳ ଓଡ଼ିଶାରେ ୨୨ରୁ ୨୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ୧୮ରୁ ୨୦ ଡିଗ୍ରୀ ପାଖାପାଖି ଅଛି ରାତିର ତାପମାତ୍ରା ।

Odisha Weather

ପାଣିପାଗ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ଗୁରୁଚାପ ବଳୟ ଦୁର୍ବଳ ହେବା ସହ ଉତ୍ତର-ପଶ୍ଚିମରୁ ପବନ ଆସିବ । ଏହା ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ଖସିପାରେ । ଉପକୂଳରେ ତାପମାତ୍ରା କମିଲେ ବି ଥଣ୍ଡା ବେଶି ବଢ଼ିନପାରେ । ଏପଟେ ଭୁବନେଶ୍ୱର ସମେତ ଅନେକ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଭୁବନେଶ୍ୱରରେ ୧୦୦ ମିଟର ଆଗକୁ କିଛି ଦିଶୁନଥିଲା ସକାଳେ । ଭାରତୀୟ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ ଲଗାତାର ୧୮ ଦିନ ଧରି ଓଡ଼ିଶାରେ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳିଛି । ବିଗତ କିଛି ବର୍ଷ ଭିତରେ ଏଭଳି ଲମ୍ବା ଅବଧି ଧରି କେବେ କୁହୁଡ଼ି ନଥିଲା । ଗୁରୁଚାପ ବଳୟ ଯୋଗୁ ଉପକୂଳ ଓଡ଼ିଶାରେ ଏଭଳି ଘନ କୁହୁଡ଼ି ରହୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+