ରାଜ୍ୟ ସ୍ବାଭାବିକ ଠାରୁ ରାତିର ତାପମାତ୍ରା ଅଧିକ: ୧୩ ତାରିଖ ଯାଏଁ ପାଗ ରହିବ ଶୁଖିଲା

ରାଜ୍ୟ ସ୍ବାଭାବିକ ଠାରୁ ରାତିର ତାପମାତ୍ରା ଅଧିକ ରହୁଛି । ବର୍ଷାର ସମ୍ଭାବନା ନାହିଁ । ତେଣୁ ଆସନ୍ତା ୧୩ ତାରିଖ ଯାଏଁ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଦ କେନ୍ଦ୍ର ଭୁବନେଶ୍ବର । ବଡ଼ କଥା ହେଲା, ରାଜ୍ୟରେ ଏଯାଏ ଶୀତ ଅନୁଭୂତ ହୋଇନାହିଁ । ଘୂର୍ଣ୍ଣିବଳୟ ପ୍ରଭାବରେ ଯେଉଁ ଲଘୁଚାପ ସମ୍ଭାବନା ଅଛି, ତାହା ତାମିଲନାଡ଼ୁ କିମ୍ବା ଶ୍ରୀଲଙ୍କା ଆଡ଼କୁ ମୁହାଁଇବ । ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ କୌଣସି ଅବପାତ ସମ୍ଭାବନା କମ୍‌ । ତେଣୁ ରାଜ୍ୟରେ ପାଗରେ କିଛି ପରିବର୍ତ୍ତନ ହେବନି ।

odisha weather Night temperature

ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ଅଛି । ଦିନ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍‌ ଉପରେ ରହୁଛି । ରାତି ତାପମାତ୍ରା ଅଧିକାଂଶ ସ୍ଥାନରେ ୨୦ ଡିଗ୍ରୀ ଉପରେ ରହୁଛି । ଶୀତ ଅନୁଭୂତ ହୋଇନାହିଁ । ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡ଼ିରେ ୧୬.୫, ନବରଙ୍ଗପୁରରେ ୧୭.୬, ଫୁଲବାଣୀରେ ୧୮, କୋରାପୁଟରେ ୧୮.୫, ଭବାନୀପାଟଣାରେ ୧୯.୪, ରାଉରକେଲାରେ ୧୯.୩, ଅନୁଗୁଳରେ ୧୯, ହୀରାକୁଦରେ ୧୯, କେନ୍ଦୁଝରରେ ୧୯ ଡିଗ୍ରୀ ଥିଲା । କୌଣସି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିନାହିଁ। ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ଥିବାବେଳେ ପଶ୍ଚିମରେ ବି ଦେଢ଼ରୁ ୩ ଡିଗ୍ରୀ ଓ ଦକ୍ଷିଣରେ ୨ରୁ ୩ ଡିଗ୍ରୀ ଏବଂ ଉତ୍ତରରେ ୨ରୁ ୩ ଡିଗ୍ରୀ ଅଧିକ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+