ପାଣିପାଗ ଖବର: ସକାଳେ ଖରା ଓ ଅପରାହ୍ନରେ କାଳବୈଶାଖୀ ବର୍ଷ ନେଇ ୱେଲୋ ୱାର୍ଣ୍ଣିଂ ଜାରି

ତାତି ଭିତରେ ଆଶ୍ୱସ୍ତି । ସକାଳେ ଖରା ଅପରାହ୍ନରେ କାଳବୈଶାଖୀ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା । ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହୁଛି ।

କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି । ଏହାକୁ ନଜରରେ ରଖି ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ ଅଛି, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଆଦି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି ।

ଗତକାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓ ଖଇରା ବ୍ଲକରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ପବନ ଓ ବର୍ଷା ହୋଇଛି । ଫଳରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମୁକ୍ତି ପାଇଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ଅପରାହ୍ନରେ ଖଈରା ବ୍ଲକ ଟିପିସିଢିଆ ଗାଁରେ କାଳବୈଶାଖୀ ତାଣ୍ଡବ ରଚିଛି । ପ୍ରବଳ ବର୍ଷା ପବନ ଯୋଗୁ ଗାଁରେ ଥ‌ିବା ବାବା ବକ୍ରେଶ୍ବର ଶୈବ ପୀଠର ଦଧନଉତି ଭାଙ୍ଗି ଯାଇଛି । ସେହିପରି ସୋର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହିତ ନୂଆପଥର ମାଡ ହୋଇଥିବା ସୂଚନା ମିଳିଛି ।

Odisha Weather News

ଟ୍ଵିନ ସିଟିରେ ୪୦ ଡିଗ୍ରୀ ତଳେ ରହିବ ପାରଦ । ଅପରାହ୍ନରେ ଘଡଘଡି ସହିତ ବର୍ଷା ହେବ ତା ସାଙ୍ଗକୁ ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହୁଛି । ସମୁଦ୍ରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ସ୍ଥଳଭାଗକୁ ଆସୁଥିବା ଯୋଗୁଁ ବର୍ଷା ହେଉଛି ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+