ପାଣିପାଗ ଖବର: ୭ରୁ ତାତିରେ ଲାଗିବ ବ୍ରେକ୍, ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି
୭ରୁ ତାତିରେ ଲାଗିବ ବ୍ରେକ । ଆସନ୍ତା ମେ ୭ ବେଳକୁ ରାଜ୍ୟରେ ତାତି କମିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ।
ଆଉ ୨ ଦିନ ପର୍ଯ୍ୟନ୍ତ ଭୀଷଣ ଗ୍ରୀଷ୍ମପ୍ରବାହ ପୂର୍ବପରି ବଳବତ୍ତର ରହିବ । ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ରୁ ୪ ଡିଗ୍ରୀ କମିବ ।
ତେବେ କାଳବୈଶାଖୀ ବର୍ଷା ପ୍ରଭାବରେ ତାତିରେ ହ୍ରାସ ଘଟିବା ସମ୍ଭାବନା ରହିଛି । ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ।
ଆସନ୍ତାକାଲି ଯାଏ ସିଭିୟର ହିଟ ୱେଭ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲାକୁ ରେଡ ଆଲର୍ଟ ଜାରି ହୋଇଛି। ସେହିଭଳି ହିଟ୍ୱେଭ ନେଇ ୮ ଜିଲାକୁ ଅରେଞ୍ଜ ଏବଂ ୭ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି ।

ଆଜି ବି କାଲି ପରି ତାତି ଦେଖିବାକୁ ମିଳିଛି । ସାଢ଼େ ୮ ସୁଦ୍ଧା ତାପମାତ୍ରା ୩୮ ଟପିଛି । ୩୮.୪ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭବାନୀପାଟଣା ୩୭.୪, ବାରିପଦା ୩୬.୪, ବଲାଙ୍ଗିର ୩୬.୨
ଟିଟିଲାଗଡ଼ ଓ ବାଲେଶ୍ବର ୩୬, ହୀରାକୁଦ ୩୫.୬ ଡିଗ୍ରୀ ।
ଝାରସୁଗୁଡ଼ା ଓ କେନ୍ଦୁଝର ୩୫.୪, କଟକ ତାପମାତ୍ରା ୩୫ । ସମ୍ବଲପୁର, ମାଲକାନଗିରି, ବୌଦ୍ଧ ତାପମାତ୍ରା ୩୫ ଡିଗ୍ରୀ । ଭୁବନେଶ୍ୱର ଓ ସୋନପୁର ୩୪.୮, ରାଉରକେଲା ୩୪.୬ ଡିଗ୍ରୀ ରହିଛି ।
ତେବେ ବିଶ୍ୱର ୧୦ ଉତ୍ତପ୍ତ ସହର ଓଡ଼ିଶାର ୩ ସହର ରହିଛି । ଏହି ତାଲିକାରେ ବାରିପଦା ଦ୍ୱିତୀୟ ସ୍ଥାନରେ ଥିବାବେଳେ ବାଲେଶ୍ୱର ତୃତୀୟ ଓ ଭୁବନେଶ୍ୱର ଦଶମ ସ୍ଥାନରେ ରହିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ।












Click it and Unblock the Notifications