ଆଗାମୀ ୫ ଦିନ ହେବ ଅସହ୍ୟ ତାତି, ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି
Odisha News: ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅସହ୍ୟ ତାତି ଜାରି ରହିବ । ୪୦ ଡିଗ୍ରୀ ଉପରେ ରହିବ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାର ତାପମାତ୍ରା ସେହିପରି ପଶ୍ଚିମ ଓଡ଼ିଶାରେ ରେକର୍ଡ ଭାଙ୍ଗିବା ତାତି, ଅସମ୍ଭାଳ ଖରା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଗ୍ରୀଷ୍ମପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।
ଆଜି ବଲଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲା ସବୁଠୁ ଅଧିକ ଗରମ ଅନୁଭୂତ ହେବ । ସେହିପରି ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ହିଟ୍ ୱେଭ ସହ ଉପକୂଳ ୧୧ ଜିଲ୍ଲାରେ ଅତ୍ୟଧିକ ଗରମ ନେଇ ସତର୍କ ସୂଚନା ଜାରି କରାଯାଇଛି । ସେହିପିର ୨୪ ତାରିଖରେ ମଧ୍ୟ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ,ବଲାଙ୍ଗୀର, ନୂଆପାଡ଼ାରେ ତାପମାତ୍ରା ଅଧିକ ରହିବ । ପଶ୍ଚିମ ଓଡ଼ିଶା ତାପମାତ୍ରା ୪୬ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗତକାଲି ୧୧ଟି ସ୍ଥାନରେ ପାରଦ ୪୨ ଡିଗ୍ରୀରୁ ଅଧିକ ରହିଥିଲା । ପ୍ରଥମ ଥର ପାଇଁ ରାଜ୍ୟରେ ପାରଦ ୪୫ ଡିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡ଼ାରେ ସର୍ବାଧିକ ୪୫.୪ ଡିଗ୍ରୀ ତାପମାତ୍ରା ରହିଥିଲା ଏବଂ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଛି । ସମ୍ବଲପୁରରେ ୪୩ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ହୀରାକୁଦରେ ୪୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।












Click it and Unblock the Notifications