ତାଣ୍ତବ ରଚିଲା କାଳବୈଶାଖୀ: ବଜ୍ରପାତ ଯୋଗୁଁ ନାବାଳକର ମୃତ୍ୟୁ
ବଦଳିଲା ପାଗ, ତାଣ୍ତବ ରଚିଲା କାଳବୈଶାଖୀ । ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ପବନ ବର୍ଷା ସାଙ୍ଗକୁ ବଜ୍ରପାତ ମଧ୍ୟ ହୋଇଛି । କାଳବୈଶାଖୀ ପରେ କେଉଁଠି ଗଛ ଗଛ ଭାଙ୍ଗିଲା ତ କେଉଁଠି ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ରାଜଧାନୀରେ ପ୍ରାୟ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା ।
ରାଜନଗରରେ ବଜ୍ରପାତ ଯୋଗୁଁ ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଉଦଳାରେ ଗଛ ପଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ । ପ୍ରବଳ ବର୍ଷା ସହ ପବନ ବହିବା ନେଇ ପୁର୍ବାନୁମାନ କରାଯାଇଛି ସେହିପରି କିଛି କିଛି ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

ଆଞ୍ଚଳିକ ପାଣିପାଗ ବିଭାଗର ପକ୍ଷରୁ ଜାରି କରାଯାଇଥିଲା ସୂଚନା ଅନୁସାରେ, ଆଜି ପାଇଁ ୨୧ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ କିଛି ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବର୍ଷା ହେବାର ଆଶଙ୍କା ରହିଛି ଏବଂ ବଜ୍ରପାତ ନେଇ ମଧ୍ୟ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications