ରାଜ୍ୟକୁ ଫେରିଛି ଗ୍ରୀଷ୍ମ ଲହରୀ; ଆଗାମୀ ୬ ଦିନ ଯାଏଁ ପ୍ରବଳ ତାତି, ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା
ରାଜ୍ୟକୁ ଫେରିଛି ଗ୍ରୀଷ୍ମ ଲହରୀ । ଆଜିଠୁ ଦିନର ତାପମାତ୍ରାରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆଗାମୀ ୬ ଦିନ ଯାଏ ରାଜ୍ୟରେ ହିଟ୍ ୱେଭ ସ୍ଥିତି ଲାଗି ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ଏନେଇ କଟକ, ଢେଙ୍କାନାଳ, ଯାଜପୁର, ନୟାଗଡ଼ ଏବଂ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ରବିବାର ଗଞ୍ଜାମ ପାରଳାଖେମୁଣ୍ଡିରେ ଦିନର ତାପମାତ୍ରା ସର୍ବାଧିକ ୪୦.୫ ଡିଗ୍ରୀ ରେର୍କଡ କରାଯାଇଛି । ସେହିପରି ମାଲକାନଗିରିରେ ୩୯.୯, ଭୁବନେଶ୍ୱରରେ ୩୯.୬, ଜଗତସିଂହପୁରରେ ୩୯.୫, ଚାନ୍ଦବାଲିରେ ୩୯.୪, ଝାରସୁଗୁଡାରେ ୩୮.୯, ତାଲଚେରରେ ୩୮.୮ ଏବଂ ଯାଜପୁର, ଖୋର୍ଦ୍ଧାରେ ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସପ୍ତାହକର ସାମୟିକ ଆଶ୍ୱସ୍ତି ପରେ ପୁଣିଥରେ ରାଜ୍ୟକୁ ଫେରିଛି ଗ୍ରୀଷ୍ମ ଲହରୀ । ଉତ୍ତର ତଥା ଉତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବା କାରଣରୁ ପୁଣିଥରେ ରାଜ୍ୟରେ ତାତି ବଢୁଥିବା ଲକ୍ଷ୍ୟ କରାଯାଉଛି ।

ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା । ତେବେ ପଶ୍ଚିମା ଝଡ଼ ପ୍ରଭାବ ଅପସରି ଯାଇଥିବାବେଳେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଶନିବାର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ।












Click it and Unblock the Notifications