ପୁଣି ଫେରିଲାଣି ତାତି; ସକାଳ ସାଢେ ୮ଟା ସୁଦ୍ଧା ଆପଣଙ୍କ ସହରର ତାପମାତ୍ରା କେତେ ଜାଣନ୍ତୁ

ପୁଣି ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆସନ୍ତା ୫ ଦିନ ଭିତରେ ତାପମାତ୍ରା ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା । ତେବେ ପଶ୍ଚିମା ଝଡ଼ ପ୍ରଭାବ ଅପସରି ଯାଇଥିବାବେଳେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଶନିବାର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ।

Odisha weather news

ଆଜି ସକାଳ ସାଢେ ୮ଟା ସୁଦ୍ଧା ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀରୁ ଅଧିକ ରହିଛି । ଆମେ ଯଦି ଦେଖିବା ...


ପାରାଦୀପ: ୩୧.୨ଡିଗ୍ରୀ ସେଲସିଅସ୍
ଚାନ୍ଦବାଲି: ୩୧.୨ ଡିଗ୍ରୀ ସେଲସିଅସ୍
ଭୁବନେଶ୍ୱର: ୩୦.୨ ଡିଗ୍ରୀ ସେଲସିଅସ୍
ବାଲେଶ୍ୱର: ୩୦.୨ ଡିଗ୍ରୀ ସେଲସିଅସ୍
ପୁରୀ: ୩୦.୨ ଡିଗ୍ରୀ ସେଲସିଅସ୍
ଝାରସୁଗୁଡା: ୨୯.୮ ଡିଗ୍ରୀ ସେଲସିଅସ୍
ରାଉରକେଲା: ୨୯.୬ ଡିଗ୍ରୀ ସେଲସିଅସ୍
ଗୋପାଳପୁର: ୨୮.୬ ଡିଗ୍ରୀ ସେଲସିଅସ୍
କେନ୍ଦୁଝର: ୨୮.୪ ଡିଗ୍ରୀ ସେଲସିଅସ୍
ସମ୍ବଲପୁର: ୨୮.୪ ଡିଗ୍ରୀ ସେଲସିଅସ୍
ହୀରାକୁଦ: ୨୭.୬ ଡିଗ୍ରୀ ସେଲସିଅସ୍

ତେବେ ଆମେ ଯଦି ଦେଖିବ ୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି । କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ । ସତର୍କ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+