ପ୍ରବଳ ତାତି; ସକାଳୁ ସକାଳୁ ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ଆପଣଙ୍କ ସହରର ତାପମାତ୍ରା କେତେ ?
ପ୍ରବଳ ତାତି । ସକାଳୁ ସକାଳୁ ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା। ସକାଳ ସାଢେ ୮ଟାରୁ ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା । ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି ।
ଖାଲି ସେତିକି ନୁହେଁ, ବାଲେଶ୍ୱର ସହିତ ଅନୁଗୁଳରେ ମଧ୍ୟ ସକାଳୁ ତାତି ବଢିଛି । ଅନୁଗୁଳରେ ବି ତାପମାତ୍ରା ୩୬ ଡିଗ୍ରୀ ରହିଛି । ମିଳିଥିବା ସୂଚନା ମୁତାବକ, ତାଳଚେରର ତାପମାତ୍ରା ୩୫.୨ ଡିଗ୍ରୀ, ବାରିପଦା ୩୫ ଡିଗ୍ରୀ, ଭବାନୀପାଟଣା ୩୫ ଡିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି ।
ଅନ୍ୟପଟେ କଟକର ତାପମାତ୍ରା ୩୪.୬ ଡିଗ୍ରୀ, ଝାରସୁଗୁଡାରେ ୩୪.୨ ଡିଗ୍ରୀ ଏବଂ ଭୁବନେଶ୍ୱରର ତାପମାତ୍ରା ୩୩.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ଜଳିବ ଓଡ଼ିଶା, ସିଝି ଯିବେ ଲୋକେ । ୭ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଟପିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି, ଗତ ୯ ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।
ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟରେ ବଢ଼ିଚାଲିଛି ଅଂଶୁଘାତ ରୋଗୀଙ୍କ ସଂଖ୍ୟା । ଏମିତିକି ଅଂଶୁଘାତରେ ବିଭିନ୍ନ ଜିଲ୍ଲାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଲାଣି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୮ ଜିଲ୍ଲାରେ ଅଂଶୁଘାତ ଓ ତାତିଜନିତ ସମସ୍ୟା ଯୋଗୁ ୧୨୪ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୩୨ ଜଣ, ଖୋର୍ଦ୍ଧାରୁ ୨୭, ମୟୂରଭଞ୍ଜରୁ ୨୧, ଝାରସୁଗୁଡ଼ାରୁ ୧୪ ଓ ଅନୁଗୁଳରୁ ୧୦ ଜଣ ଅଂଶୁଘାତ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଂଶୁଘାତ ଯୋଗୁ ଜଣଙ୍କର ମୃତ୍ୟୁକୁ ସରକାର ସ୍ୱୀକାର କରିଥିବା ବେଳେ ଅନ୍ୟ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।












Click it and Unblock the Notifications