ସାରା ରାଜ୍ୟରେ କମିଲା ତାତି; ଦିନ ସାଢ଼େ ୧୧ ସୁଦ୍ଧା ତାପମାତ୍ରା ସବୁଠି ୩୫ ଡିଗ୍ରୀ ତଳେ

ତାତି କମିଲା । ସାରା ରାଜ୍ୟରେ ତାତି କମିଛି । ଦିନ ସାଢ଼େ ୧୧ ସୁଦ୍ଧା ତାପମାତ୍ରା ସବୁଠି ୩୫ ଡିଗ୍ରୀ ତଳେ ରହିଛି । ଚାନ୍ଦବାଲିରେ ୩୪, ପାରାଦୀପ ୩୩.୬, ପୁରୀ ୩୩.୪, ଗୋପାଳପୁର ୩୩.୨ ରହିଛି। ଭୁବନେଶ୍ୱର ୩୨.୮, ବାଲେଶ୍ୱର ୩୨.୪, କେନ୍ଦୁଝର ୨୫.୬ ଡ଼ିଗ୍ରୀ ତାପମାତ୍ରା ରହିଛି ।

ଆଜି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।

ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ହାଲୁକା ପବନ ବହିବା ନେଇ ସୂଚନା ରହିଛି । ଗତକାଲି ସନ୍ଧ୍ୟାରେ ଟୁଇନ ସିଟି ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା ଫଳରେ ପ୍ରାୟ ୭ଦିନ ଧରି ଖରାରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କୁ ତାତିରୁ ତ୍ରାହି ମିଳିଛି ।

Odisha weather

କାଳବୈଶାଖୀ ଯୋଗୁଁ ସାମୟିକ ଆଶ୍ୱସ୍ତି ମିଳିଛି । ଆଜି ମଧ୍ୟ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ । ବିଜୁଳି ଘଡ଼ଘଡ଼ି ସମୟରେ ଯେତେଦୂର ସମ୍ଭବ ଘରେ ରହିବା ସହ କବାଟ ଝରକା ବନ୍ଦ ରଖିବା, ଝଡ଼ବର୍ଷା ସମୟରେ ବାହାରକୁ ନଯିବା, ଗଛତଳେ ଆଶ୍ରୟ ନ ନେବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ୨ ଦିନ ରାଜ୍ୟର କିଛି ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଦଲକା ପବନ ବୋହିବା ନେଇ ସୂଚନା ରହିଛି । ଆସନ୍ତାକାଲି ବର୍ଷାର ପରିମାଣ ବଢ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+