ଜଳୁଛି ଓଡ଼ିଶା; ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା ୩୧, ଆର୍ଦ୍ରତା ୮୭ ପ୍ରତିଶତ

ଜଳୁଛି ଓଡ଼ିଶା । ଦିନ ହେଉ କି ରାତି ପ୍ରବଳ ଗୁଳୁଗୁଳି । ରାତିରେ ଠିକ୍ ଭାବରେ ନିଦ ବି ହେଉନି । ଏତେ ଗରମ ଯେ ଲାଗୁଛି ଯେମିତି ତାତି ୬୦ ଡିଗ୍ରୀ ଉପରେ । ଆଉ ଆଜି ବି ରାଜ୍ୟରେ ଅନୁଭୂତ ହେବ ଅସହ୍ୟ ତାତି । ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ରାଜଧାନୀର ଆଦ୍ରତା ୮୭ ପ୍ରତିଶତ ରହିଛି । ଆଜି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡିରେ ବି ଗ୍ରୀଷ୍ମପ୍ରବାହ ବି ଅନୁଭୂତ ହେବ ।

ଉପକୂଳ ଓଡ଼ିଶାର ବି ଭୀଷଣ ଗୁଳୁଗୁଳି କଲବଲ କରିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଢେଙ୍କାନାଳରେ ଗୁଳୁଗୁଳି ହେବ ।

Odisha weather news

ସେପଟେ ଦିଲ୍ଲୀରେ ତାତି ଭାଙ୍ଗିଲା 79 ବର୍ଷର ରେକର୍ଡ। ତାପମାତ୍ରା 52 ଡିଗ୍ରୀ ପାର୍ । ଆଉ 24 ଘଣ୍ଟା ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସେପଟେ ୩୧ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଜୁନ ୧ ଓ ୨ ତାରିଖରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ୪୦ ରୁ ୫୦ କିମି ପବନ ବହିବ । ବିଶେଷକରି ଉତ୍ତର ଓ ଅଭ୍ୟନ୍ତରୀଣ ଉପକୂଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ।

ଗତକାଲି ୪୬ ଡିଗ୍ରୀ ଉପରେ ରହିଥିଲା ୪ ସହର । ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୬ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେପଟେ ଆଜି କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+