ପାଣିପାଗ ଖବର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା: ଆଜି ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ବି ବର୍ଷିବ । ଉତ୍ତର ଓଡ଼ିଶାରେ ବିଶେଷ ଭାବେ ବର୍ଷାର ପ୍ରଭାବ ଅଧିକ ରହିବ ।

ରାଜ୍ୟରେ ଜାରି ରହିଛ ବର୍ଷା । ଆସନ୍ତା ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। କିନ୍ତୁ ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ନାହିଁ ।

ଓଡିଶା ସମେତ ପୂର୍ବ ଭାରତରେ ଅବପାତ ସୃଷ୍ଟିର ସମ୍ଭାବନା ମାତ୍ର ୧୦ରୁ ୨୦ ପ୍ରତିଶତ ରହିବ ବୋଲି ଭାରତୀୟ ପାଣିପାଗ ଆକଳନ କରିଛି। ଆଇଏମଡିର ଏସନିଇପି ଜିଏଫଏସ୍ ଓ ଇସିଏମଡବ୍ଲୁଏଫ ମଡେଲର ଆକଳନ କହୁଛି , ଅକ୍ଟୋବରର ପ୍ରଥମ ସପ୍ତାହ ବା ୬ ତାରିଖ ରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

Weather News

ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସକାଳ ସାଢେ ୮ଟା ଯାଏଁ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ,ଗଂଜାମ ଜିଲ୍ଲାକୁ ସତର୍କ କରାଯାଇଛି । ସେହିପରି ଗଜପତି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ ,ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ,ବରଗଡ଼ ,ନୂଆପଡା ଓ ବଲାଙ୍ଗୀରକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ମହାରାଷ୍ଟ୍ର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଉପରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଓଡିଶାରେ ବର୍ଷା ଲାଗି ରହିଛି ।

ତେବେ, ଆଇଏମଡିର ଜିଏଫଏସ୍ ମଡେଲ୍ ଅନୁସାରେ, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ୫ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଇଏମଡିର ଏକାଧିକ ମଡେଲ୍ ଅନୁସାରେ, ଅକ୍ଟୋବର ପ୍ରଥମ ସପ୍ତାହରେ ଦେଶର ପଶ୍ଚିମ ଭାଗରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ୪୦ ରୁ ୬୦ ପ୍ରତିଶତ।

ସେପଟେ, ଗତ ୨୪ ଘଣ୍ଟାରେ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାରେ ଲଗାଣ ବର୍ଷା ହୋଇଥିଲେ। ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ଆଜି ଉତ୍ତର ଓଡି଼ଶାରେ କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କିଛି ସ୍ଥାନରେ ଘଡ଼ଘଡି ସହ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏନେଇ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା ଭଦ୍ରକ, ମୟୂରଭଂଜ, ବାଲେଶ୍ବର, ସୁନ୍ଦରଗଡ ଓ କେନ୍ଦୁଝର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+