ପାଣିପାଗ ଖବର: ୧୮ରୁ ପୁଣି ପ୍ରବଳ ବର୍ଷା, ଫିକା ପଡ଼ିବ ଗଣେଶ ପୂଜା

ଗତକାଲିଠୁ ରାଜ୍ୟରେ କମିଛି ବର୍ଷା । ଆଜି ବି ସକାଳୁ ପାଗ ଭଲ ରହିଛି । ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ରହିଥିବା ଲଘୁଚାପ ବଳୟ ବର୍ତ୍ତମାନ ପୂର୍ବ ମଧ୍ଯପ୍ରଦେଶ ଓ ଏହାର ସଂଲଗ୍ନ ଅଞ୍ଚଳରେ ରହିଛି । ଏହା ଦୂରରେ ରହିଥିବାରୁ ରାଜ୍ୟରେ ଏବେ ପାଗ ଶୁଖିଲା ରହିଛି ।

ସେପ୍ଟେମ୍ବର ମାସ ୧୫ ସୁଦ୍ଧା ୨୧୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୩୭.୩ ମିମି ତୁଳନାରେ ୬୦ ପ୍ରତିଶତ ଅଧିକ ରହିଛି । ଗତ ୪ ଦିନରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ହାରାହାରି ବର୍ଷା ୧୧୦.୫ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୩୩.୪ ମିମି ତୁଳନାରେ ୨୩୧ ପ୍ରତିଶତ ଅଧିକ ରହିଛି । ଏହି ୪ ଦିନରେ ରାଜ୍ୟରେ ୨୮ଜିଲ୍ଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା, ୨ଜିଲ୍ଲା ମୟୁରଭଞ୍ଜ ଏବଂ ବାଲେଶ୍ୱର ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ସହ ହାରାହାରି ବର୍ଷା ୨୭.୧ ମିମି ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୯୩ ପ୍ରତିଶତ ଅଧିକ ରହିଛି । ସର୍ବାଧିକ ହାରାହାରି ବର୍ଷା ବଲାଙ୍ଗୀର ଜିଲ୍ଲାରେ ୭୨.୪ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୬.୧ ମିମି ତୁଳନାରେ ୧୦୮୭ ପ୍ରତିଶତ ରହିଛି ।

ଗତ ଜୁନ୍‌ରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ରାଜ୍ୟରେ ସର୍ବମୋଟ୍‌ ୧୦୦୨.୩ ମିମି ବର୍ଷା ରେକର୍ଡ ହୋଇଯାଇଛି। ଯାହା, ସ୍ବାଭାବିକ ବର୍ଷା ତୁଳନାରେ ୫% କମ୍‌ ଅଟେ ।

RAIN

ଆସନ୍ତା ୧୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସୋମବାରରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଆଦି ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ସେହିପରି ୧୯ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଆଦି ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଏହି ଜିଲ୍ଲାକୁ ୟେ‌ଲୋ ୱାର୍ଣ୍ଣିଂ(Yellow alert) ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+