ପାଣିପାଗ ଖବର: ଆଗାମୀ ୭ ଦିନ ଯାଏଁ ଲାଗି ରହିବ ବର୍ଷା, ୨୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ, ଏହି ଦିନ ସାରା ଓଡ଼ିଶାରେ ବର୍ଷିବ

ଆଗାମୀ ୭ ଦିନ ଯାଏଁ ଓଡ଼ିଶାରେ ଲାଗି ରହିବ ବର୍ଷା । ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ରହିବ । ଯାହାକୁ ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟ ଉପରେ ବର୍ତ୍ତମାନ କୌଣସି ପାଣିପାଗର ନିୟାମକ ସକ୍ରିୟ ନଥିଲେ ମଧ୍ୟକିଛି ଦିନ ବର୍ଷା ଲାଗି ରହିବ । ସେପଟେ ବର୍ଷା ହେଉଥିଲେ ମଧ୍ୟ ଅନେକ ସ୍ଥାନରେ ଏବେ ବି ଗରମ ଗୁଳୁଗୁଳି ଅନୁଭୂତ ହେଉଛି ।

ବିଜୁଳି ଘଡ଼ଘଡ଼ି ସତର୍କ:

ଆଗାମୀ ୩ ଘଣ୍ଟା ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଏନେଇ ୭ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟର ଏବଂ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବାହାରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେପଟେ ଉତ୍ତର ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା କାରଣରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ୮ ତାରିଖରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ । ସେହିପରି ୯ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଝାରସୁଗୁଡ଼ା ଓ ବାଲେଶ୍ବର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

odisha Weather News

କମୁନି ଗୁଳୁଗୁଳି:

ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ପାରଦ ଉପର ମୁହାଁ ହୋଇଛି । ଗତକାଲି ଅନେକ ସ୍ଥାନରେ ଗରମ ଗୁଳୁଗୁଳି ହୋଇଥିବା ବେଳେ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଯେଉଁଠାରେ ସର୍ବାଧିକ ୩୬.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହପରି ଭୁବନେଶ୍ବରରେ ୩୫.୫ ଡିଗ୍ରୀ ସେଲସିୟସ ଓ କଟକରେ ୩୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ଫୁଲବାଣୀରେ ସର୍ବନିମ୍ନ ୨୦. ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ରାଜ୍ୟରୁ ମୌସୁମୀ ଅପସାରଣ ବିଳମ୍ବ ହେଉଥିବାରୁ ଆଦ୍ରତାର ପରିମାଣ ବଢ଼ିବାରେ ଲାଗିଛି । ଫଳରେ ଅନେକ ସ୍ଥାନରେ ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ସମ୍ପୂର୍ଣ୍ଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ହିଁ ରାଜ୍ୟରେ ଗୁଳୁଗୁଳି କମିବା ଵୋଲି ଆକଳନ କରିଛି ପାଣିପାଗ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+