ପାଣିପାଗ ଖବର: ସାରା ରାଜ୍ୟରେ ଜାରି ରହିଛି ବର୍ଷା: ୨୨ ରେ ପୁଣି ଥରେ ଲଘୁଚାପ !
ରାଜ୍ୟରେ ଜାରି ରହିଛି ବର୍ଷା । ତେବେ ଶନିବାର ଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ବିଶେଷ କରି, ଉତ୍ତର ଓଡି଼ଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗରେ ୨୨ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୪ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।
ପୁଣି ବର୍ଷା ହେଲେ ବାଲେଶ୍ବର ଓ ମୟୂରଭଂଜରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ରହିଛି। ଆଜି ଭଦ୍ରକ, ମୟୂରଭଂଜ, କେନ୍ଦୁଝର, ଯାଜପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳର କିଛି ସ୍ଥାନରେ ବର୍ଷା ହୋଇପାରେ। ,l
ସେପଟେ,ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ଼ ଶରତ ସାହୁ ପୂର୍ବାନୁମାନ କରି କହିଛନ୍ତି ଯେ, ଏବେ କୌଣସି ସିଷ୍ଟମ ନାହିଁ। ସକ୍ରିୟ ଥିବା ମୌମୁମୀ ବାୟୁ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ତେବେ, ଆସନ୍ତା ୨୨ ରେ ପୁଣି ଥରେ ଲଘୁଚାପ ସୃଷ୍ଟି ହେବ । ଉତ୍ତର -ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗରେ ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ ଉତ୍ତର ଓଡି଼ଶା ଏବଂ ପଶ୍ଚିମ ଓଡିଶାରେ ୨ ଦିନ ଭାରି ବର୍ଷା ହେବ ।

ସେପଟେ, ଏସଆରସିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବରର ସୁବର୍ଣ୍ଣ ରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି । କିନ୍ତୁ ଜଳସ୍ତର କ୍ରମଶଃ କମୁଛି । ବନ୍ୟାରେ ବାଲେଶ୍ବରର ତଳିଆ ଅଞ୍ଚଳ ଅଧିକ କ୍ଷତିଗସ୍ତ ହୋଇଛି । ଜିଲ୍ଲାରେ ୬ଟି ବ୍ଲକ୍ ବନ୍ୟାରେ ପ୍ରଭାବିତ ହେଇଛି । ୧୪୧ଟି ଗାଁରେ ୩୫ ହଜାର ୬୫୪ ଲୋକ କ୍ଷତିଗସ୍ତ ହୋଇଛନ୍ତି । ବନ୍ୟା ଅଂଚଳରୁ ୧୧ ହଜାର ୬୩୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେହିପରି ମୟୁରଭଂଜ ଜିଲ୍ଲାର ୧୦୧ ଗାଁର୨୦୩୫ ଜଣ ଲୋକେ ପ୍ରଭାବିତ ହୋଇଛନ୍ତି ।












Click it and Unblock the Notifications