ରାଜ୍ୟରେ ଲାଗି ରହିଛି ଝିପିଝିପି ବର୍ଷା, ଆସନ୍ତାକାଲି ବଦଳିବ ପାଗ
Odisha Weather: ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ ଯାହା ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ଝିପିଝିପି ବର୍ଷା । ଟ୍ୱିନ୍ ସିଟିରେ ମଧ୍ୟ କୋହଲା ପାଗ ସହ ବର୍ଷା ଲାଗି ରହିଛି । ସେହିପରି ଆଜି ପାଗ ମେଘୁଆ ରହିବ ୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆଜି ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୭ ତାରିଖରେ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟ ପୁଣି ବର୍ଷା ହେବାର ଆଶଙ୍କା ରହିଛି ।

ସେହିପରି ଆସାନ୍ତା କାଲିଠୁ ରାଜ୍ୟରେ ପାଗ ବଦଳିବା ସହ ଖସିବ ପାରଦ ଏବଂ ପୁଣି ରାଜ୍ୟରେ ଶୀତ ବଢିବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।












Click it and Unblock the Notifications