ଖସିଲା ତାତି; ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା, ୨୭ ଯାଏଁ ପାଗ ରହିବ କୋହଲା

ଖସିଲା ତାତି । ୨୭ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଆଉ ୩ ଦିନ ଯାଏ ଲାଗି ରହିପାରେ ଏଭଳି ପାଗ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେଉଛି । ଆସନ୍ତା ୨୮ ତାରିଖ ପରଠୁ ପାଗରେ ପରିବର୍ତ୍ତନ ଆସିବ ।

ଗୋପାଳପୁର ଓ ଢେଙ୍କାନାଳରେ ସର୍ବାଧିକ ୧୦ମିମି ବର୍ଷା ହୋଇଛି । ସେହିପରି ନୟାଗଡ଼ର ବରମୂଲରେ ୬.୨ମିମି, ଗଜପତିର ମହେନ୍ଦ୍ରଗଡ଼ରେ ୬.୬, ପୁରୀରେ ୬.୨, ଗଞ୍ଜାମର ପୋଲସରାରେ ୫.୨, ପୁରୀର କୃଷ୍ଣପ୍ରସାଦରେ ୫, ସମ୍ବଲପୁରରେ ୫, ସତ୍ୟବାଦୀରେ ୫, ନୟାଗଡ଼ର ରଣପୁରରେ ୪.୨ ଓ ପୁରୀର ଗୋପରେ ୪ମିମି ବର୍ଷା ରେକର୍ଡ ହୋଇଛି । ଭୋର୍‌ ସମୟରେ ଭୁବନେଶ୍ୱରରେ ଅସରାଏ ବର୍ଷା ହୋଇଛି । ଆହୁରି କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇଛି ।

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ କାଲି ଦିନତମାମ ପାଗ କୋହଲା ରହିଥିଲା । ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ଆକାଶ ମେଘୁଆ ସହ କୋହଲା ପାଗ ରହିଥିଲା ।

Odisha weather news

ଶୁକ୍ରବାର ଭୁବନେଶ୍ୱରର ଦିନ ତାପମାତ୍ରା ପାଖାପାଖି ୩୩ ଡିଗ୍ରୀ ଥିଲା । ଶନିବାର ଏହା ୨୯.୭ଡିଗ୍ରୀକୁ କମିଛି । କୋଉ ସହରର ତାପମାତ୍ରା ୩୫ଡିଗ୍ରୀ ଉପରକୁ ଟପିନି । ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷା ପ୍ରଭାବରେ ଆଜି ତାତିର ଗ୍ରାଫ୍‌ ଏମିତି ତଳମୁହାଁ ହୋଇଛି ।

ରବିବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ୨୬ରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୭ରେ ଉତ୍ତର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ସେବେଯାଏ ରାଜ୍ୟର ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+