ପାରଳାଖେମୁଣ୍ଡି ପାଲଟିଲା ଉତ୍ତପ୍ତ ସହର; ୩୯ ଡ଼ିଗ୍ରୀ ଛୁଇଁଲା ରାଜ୍ୟର ତାପମାତ୍ରା
ରାଜ୍ୟର ପାରଦ ଉପରମୁହାଁ । ଜୀବନ ଯାତ୍ରା ଅସ୍ତବ୍ୟସ୍ତ । ୫ ସହର ତାପମାତ୍ରା ୩୯ ଡ଼ିଗ୍ରୀରେ ପହଞ୍ଚିଲାଣି । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପାଲଟିଛି ଉତ୍ତପ୍ତ ସହର ପାଲଟିଛି । ଆଜି ଦିନ ତାପମାତ୍ରା ସର୍ବାଧିକ ୩୯.୮ ଡ଼ିଗ୍ରୀ ରେକର୍ଡ କରାଯାଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଚାନ୍ଦବାଲିରେ ୩୮.୨ ଡିଗ୍ରୀ, କଟକରେ ୩୮.୪ ଡିଗ୍ରୀ, ବାଲେଶ୍ୱରରେ ୩୫.୧ ଡିଗ୍ରୀ, ପାରାଦୀପରେ ୩୩.୧ ଡିଗ୍ରୀ, ଭୁବନେଶ୍ୱରରେ ୩୭.୩ ଡିଗ୍ରୀ, ଗୋପାଳପୁରରେ ୩୩.୦ ଡିଗ୍ରୀ, ପୁରୀରେ ୩୩.୧ ଡିଗ୍ରୀ, ଅନୁଗୋଳରେ ୩୮.୧ ଡିଗ୍ରୀ, ବାରିପଦାରେ ୩୬.୦ ଡିଗ୍ରୀ, ଝାରସୁଗୁଡ଼ାରେ ୩୮.୩ ଡିଗ୍ରୀ, କେନ୍ଦୁଝରଗଡ଼ର ତାପାମାତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଛି ।

ସମ୍ୱଲପୁରରେ ୩୮.୦ ଡିଗ୍ରୀ, ସୁନ୍ଦରଗଡ଼ରେ ୩୭.୪ ଡିଗ୍ରୀ, ହୀରାକୁଦରେ ୩୮.୦ ଡିଗ୍ରୀ, ତାଳଚେରରେ ୩୮.୬ ଡିଗ୍ରୀ, ଭବନୀପାଟଣାରେ ୩୯.୦ ଡିଗ୍ରୀ, ବଲାଙ୍ଗିରରେ ୩୮.୯ ଡିଗ୍ରୀ, କୋରାପୁଟରେ ୩୬.୦ ଡିଗ୍ରୀ, ଫୁଲବାଣୀରେ ୩୮.୯ ଡିଗ୍ରୀ, ଟିଟିଲାଗଡ଼ରେ ୩୯.୨ ଡିଗ୍ରୀ, ମାଲକାନଗିରିରେ ୩୮.୨ ଡିଗ୍ରୀ, ସୋନପୁରରେ ୩୭.୪, ଦାରିଙ୍ଗବାଡ଼ିରେ ୩୪.୫ ଡିଗ୍ରୀ, ନୟାଗଡ଼ରେ ୩୯.୨, ବୌଦ୍ଧରେ ୩୯.୫ ଡିଗ୍ରୀ, ଛତ୍ରପୁରରେ ୩୫.୦ ଡିଗ୍ରୀ,ପାରଳାଖେମୁଣ୍ଡିରେ ୩୯.୮ ଡିଗ୍ରୀ, ରାୟଗଡ଼ାରେ ୩୮.୬ ଡିଗ୍ରୀ, ଭଦ୍ରକରେ ୩୬.୪ ଡିଗ୍ରୀ, ଭଦ୍ରକରେ ୩୬.୪ ଡିଗ୍ରୀ, ଢେଙ୍କାନାଳରେ ୩୭.୫ ଡିଗ୍ରୀ, ବରଗଡ଼ରେ ୩୫.୨ ଡିଗ୍ରୀ, ଦେବଗଡ଼ରେ ୩୫.୨ ଡିଗ୍ରୀ, ନୂଆପଡ଼ାରେ ୩.୪ ଡିଗ୍ରୀ, ନବରଙ୍ଗପୁରରେ ୩୭.୬ ଡିଗ୍ରୀ, ଜଗତସିଂହପୁରରେ ୩୭.୫ ଡିଗ୍ରୀ ଓ ରାଉରକେଲାରେ ତାପମାତ୍ରା ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି ।












Click it and Unblock the Notifications