ଶୀତରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୭ ସହର, ଆଗାମୀ ୫ ଦିନ ରାଜ୍ୟରେ ପ୍ରବଳ ଶୀତ

Odisha Weather: ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଘରୁ ବାହାରି ହେଉନି । ଥରୁଛି ଓଡ଼ିଶା । ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଲଗାତାର ତାପମାତ୍ରା କମିବାରେ ଲାଗିଛି ।

ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାତ୍ରି ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ ୧ରୁ ୨ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।

ବର୍ତ୍ତମାନ ଗୋଟିଏ ପାଖରେ ପଶ୍ଚିମାଝଡ଼ ସକ୍ରିୟ ରହିଛି। ତେଣୁ ଓଡ଼ିଶାକୁ ଥଣ୍ଡା ବାୟୁ ପ୍ରବେଶ କରିପାରୁନାହିଁ । ଆସନ୍ତା ୨ ଦିନ ମଧ୍ୟରେ ଏହା ଦୁର୍ବଳ ହେବ ଓ ଏହା ପରେ ପୁଣି ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହ ବଢ଼ିବ । ଫଳରେ ପ୍ରବଳ ଶୀତ ହୋଇପାରେ ।

winter_in_odisha

ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି ।

ଅନ୍ୟପଟେ ଗତକାଲି ୧୦ ଡିଗ୍ରୀ ତଳେ ରହିଥିଲା ୭ ସହରର ରାତି ତାପମାତ୍ରା । ୭.୫ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର । ସେହିପରି ଫୁଲବାଣୀ ୮.୫, କିରେଇ ଓ ସିମିଳିଗୁଡା ୮.୭ ଡିଗ୍ରୀ, ଦାରିଙ୍ଗବାଡି ୯.୫, କୋରାପୁଟ ୯.୬, ରାଉରକେଲା ୯.୭ ଡିଗ୍ରୀ ରହିଛି । କଟକରେ ୧୪.୫ ଓ ଭୁବନେଶ୍ବର ୧୫.୩ ଡିଗ୍ରୀ ରେକର୍ଡ ତାପମାତ୍ର ରହିଛି ।

ପୂର୍ବାନୁମାନ କହୁଛି, ଶୁକ୍ରବାର ସକାଳେ କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ଶୁକ୍ରବାର ରାତି ଓ ଶନିବାର ସକାଳେ ମଧ୍ୟ ଏସବୁ ଜିଲ୍ଲାରେ କୁହୁଡ଼ି ସମ୍ଭାବନା ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+