ଚିନ୍ତା ବଢ଼ାଉଛି ତାପମାତ୍ରା: ଶରତ ଋତୁରେ ବି ପ୍ରବଳ ଖରା, ରାଜ୍ୟରୁ ଶୀତ ଗାୟବ

ଚିନ୍ତା ବଢ଼ାଉଛି ତାପମାତ୍ରା । ଶରତ ଋତୁରେ ବି ପ୍ରବଳ ଖରା । ବିନା ଏସିରେ ରହି ହେଉନି । ରାଜ୍ୟରୁ ଶୀତ ଗାୟବ। ଶରତରେ ବି ଟାଇଁ ଟାଇଁ ଖରା । ତେବେ ଏହାର ପ୍ରମୁଖ କାରଣ ସାଜିଛି ଜଳବାୟୁ ପରିବର୍ତ୍ତନ । ରାଜ୍ୟରୁ ମୌସୁମୀ ଫେରିଯାଇଥିବା ବେଳେ ଏଯାବତ୍ ଶୀତର ନାହିଁ ଦେଖା । ତେବେ ବର୍ଦ୍ଧିତ ତାପମାତ୍ରା ସମଗ୍ର ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଥିବା ବେଳେ ଜଳବାୟୁ ପରିବର୍ତ୍ତନ ଏହାର ପ୍ରମୁଖ କାରଣ ସାଜିଛି । ସେପଟେ ଆସନ୍ତା ୧୭ ପରେ ଶୀତ ଅନୁଭବ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ବାୟୁ ମଣ୍ଡଳରେ ବହୁଳ ମାତ୍ରାରେ ଜଳୀୟ ବାଷ୍ପ ଥିବା ଯୋଗୁଁ ଗରମ ଗୁଳୁଗୁଳି ଅନୁଭୁତ ହେଉଛି । ବାୟୁମଣ୍ଡଳର ତଳ ଭାଗରେ ଜଳୀୟ ବାଷ୍ପର ପ୍ରଭାବ ତଥା ମେଘମୁକ୍ତ ଆକାଶ ତାପମାତ୍ରା ବଢ଼ାଉଛି । ତେବେ ୧୭ ପରେ ଶୀତର ସମ୍ଭାବନା ରହିଛି ।

weather

ପରିବେଶ ପ୍ରଦୂଷିତ ହେଉଛି । ପ୍ରଭାବ ପଡୁଛି ମାନବ ସମାଜ ଉପରେ । ଋତୁଚକ୍ରରେ ପରିବର୍ତ୍ତନ ଘଟି ଖରାଦିନେ ବନ୍ୟା ବାତ୍ୟା, ଶୀତଦିନେ ବର୍ଷାର ବାତାବରଣ ସୃଷ୍ଟି ହେଉଛି । ଏଥିପାଇଁ ଦାୟୀ କେବଳ ମଣିଷ ସମାଜ । ବହୁଳ ଭାବେ ଗଛ କାଟିବା, ବାୟୁ ପ୍ରଦୂଷଣ ଏବେ ସମାଜ ଉପରେ ଗୁରୁତର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଉଛି । ଶୀତର ପ୍ରଭାବ ଦିନକୁ ଦିନ କମିବା ସହ,ଶୀତ ବଦଳରେ ଖରାର ପରିମାଣ ଅଧିକ ହେଉଛି । ଫଳରେ ଦିନକୁ ଦିନ ତାପମାତ୍ରା ବଢୁଛି। ତେବେ ପ୍ରଦୂଷଣ ରୋକିବା ପାଇଁ ଏବେଠାରୁ ଚିନ୍ତା ନ କଲେ ମାନବ ସମାଜ ଭୟଙ୍କର ସ୍ଥିତିର ସାମ୍ନା କରିବ ବୋଲି ପରିବେଶବିତ୍ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ବିଗତ ୨୪ ଘଣ୍ଟାରେ ମୁଖ୍ୟତଃ ରଜ୍ୟବ୍ୟପୀ ଶୁଖିଲା ପାଗ ।ଏବେଠୁ ପ୍ରଦୂଷଣକୁ ହ୍ରାସ କିଭଲି ହେବ ଚିନ୍ତା ନ କଲେ ଜିବସତ୍ତା ବିଲୋପ ସହିତ ଏପରି ମାରାତ୍ମକ ପ୍ରଭାବ ପଡ଼ିବ ଯାହା କଲ୍ପନା କରାଯାଇ ନପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+