ଆଗାମୀ ୩ ଦିନ ଘନ କୁହୁଡି; ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ରାଜ୍ୟ ସରକାର
କୁହୁଡି ପାଇଁ ରାଜ୍ୟ ସରକାର ସତର୍କ କରାଇଛନ୍ତି । ଆଗାମୀ ୩ ଦିନ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ବିଶେଷକରି ଦକ୍ଷିଣ ଓଡିଶାରେ କିଛି ଜିଲ୍ଲାରେ ଘନ କୁହୁଡି ପରିଲକ୍ଷିତ ଥିବାରୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର ।
ଏଥିପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାପାଳ ମାନଙ୍କୁ ସତର୍କତା ଜାରି କରିଛନ୍ତି ଏସଆରସି । ଆଗାମି ୩ ଦିନ ପାଇଁ ଏହି ସତର୍କତା ଜାରି କରାଯାଇଛି ।
୨୦ ତାରିଖରେ ୧୧ଟି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି । ୨୧ ତାରିଖରେ ୧୯ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି । ସେହିପରି ୨୨ ତାରିଖରେ ୧୫ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଦୁର୍ଘଟଣା ଏଡ଼ାଇବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।
ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ ଜାମଡାରେ ସର୍ବାଧିକ ୩୨ ମିଲିମିଟର ଓ କେନ୍ଦୁଝରର ଯୋଡ଼ା ଠାରେ ୨୭.୨ ମିଲିମିଟର ବର୍ଷା ରେକଡ଼ କରିଛି ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୭ଦିନ ଯାଏ ତାପମାତ୍ରାରେ କୌଣସି ବୃଦ୍ଧି ହେବାର ସମ୍ବାବନା ନାହିଁ ଓ ଶୀତ କମ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ପାଣିପାଗ ବିଭାଗ କହିଛି, ମୁଖ୍ୟତଃ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ରହିବା ସମ୍ଭାବନା ଅଛି । ଶୁକ୍ରବାର ସକାଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ସୋନପୁର ଓ ବୌଦ୍ଧରେ ମଧ୍ୟମରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି ।












Click it and Unblock the Notifications