ଫେରିଯିବ ମୌସୁମୀ: ୮ ଦିନ ବିଳମ୍ବରେ ଆସିଲା, ୫ ଦିନ ପୂର୍ବରୁ ଫେରିଯିବ

ଫେରିଯିବ ମୌସୁମୀ । ବିଳମ୍ବରେ ଆସିଲା ହେଲେ ଶୀଘ୍ର ଫେରିଯିବ।ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି l ସେପଟେ ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିଥିବା ବେଳେ ବାୟୁମଣ୍ଡଳରୁ ଜଳୀୟବାଷ୍ପର ପରିମାଣ କମୁଛି ।

ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ଫଳରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୁଳ । ୮ ଦିନ ବିଳମ୍ବରେ ଆସିଲା, ୫ ଦିନ ପୂର୍ବରୁ ଫେରିଯିବ ମୌସୁମୀ । ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ରହିଛି । ଚଳିତ ବର୍ଷ ଜୁନ୍ ୨୨ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା ।

ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ବଡ ବର୍ଷାର ସମ୍ଭାବନା ନାହିଁ । ତାପମାତ୍ରା ବୃଦ୍ଧି କରିବ ଶୁଖିଲା ପାଗ । ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ବଢିବ ପାରଦ । ସାରା ଓଡ଼ିଶାରେ ଶୁଖିଲା ପାଗ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

MONSOON

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜାମ୍ମୁ-କାଶ୍ମୀର, ଲଦାଖ, ଗିଲ୍‌‌ଗିଟ୍‌‌, ବାଲ୍‌‌ତିସ୍ତାନ, ମୁଜାଫରାବାଦ୍‌‌, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶର କେତେକ ଅଞ୍ଚଳ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଏବଂ କୋଙ୍କଣ ଅଞ୍ଚଳରୁ ଅପସାରିତ ହୋଇ ଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ, ଗୁଜରାଟ ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳରୁ ଅପସାରିତ ହୋଇଛି । ଓଡ଼ିଶାରେ ମୌସୁମୀ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର ୧୫ ଥିବା ବେଳେ ୫ ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+