ଫେରିଗଲା ମୌସୁମୀ, ୬ବର୍ଷ ମଧ୍ୟରେ ସର୍ବନିମ୍ନ ବୃଷ୍ଟିପାତ

ଫେରିଗଲା ମୌସୁମୀ । ଚଳିତ ଥର ମୌସୁମୀ ବର୍ଷା ଯେତିକି ହୋଇଛି ତାହା ଗତ ୬ବର୍ଷ ମଧ୍ୟରେ ସର୍ବନିମ୍ନ ବୃଷ୍ଟିପାତ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ଗତ ୬ ବର୍ଷରେ ହାରାହାରି ତାପମାତ୍ରା ପ୍ରାୟ ୩୦ ରୁ ୩୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଜୁଲାଇ ମାସର ତଥ୍ୟ ଆଧାରରେ ହାରାହାରି ସର୍ବାଧିକ ତାପମାତ୍ର ୩୨ ଡିଗ୍ରୀ ସେଲସିୟସ ରହିଛି ।

ଆଗକୁ ଆସୁଛି ପାର୍ବଣ ଋତୁ । ଆଉ ପାଗ ନିର୍ମଳ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଗତ ୪ ମାସ ମଧ୍ୟରେ ସମୁଦାୟ ବୃଷ୍ଟିପାତ ୭୨୮.୭ ମିଲିମିଟର ଥିଲା, ଯାହା କି ଗତବର୍ଷ ତୁଳନାରେ ୨୯୬.୯ ମିଲିମିଟର କମ୍ ରହିଛି ।

ସାମାନ୍ୟ ବର୍ଷା, ପ୍ରବଳ ଆଦ୍ରତା ଏବଂ ଅଧିକ ହାରାହାରି ତାପମାତ୍ରା ସହ ଆସିଥିବା ମୌସୁମୀ ସେପ୍ଟେମ୍ବର ମାସ ସରୁ ସରୁ ଭାରତରୁ ବିଦାୟ ନେଇଛି । ତେବେ କିଛି ବର୍ଷ ମଧ୍ୟରେ ଏହି ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି ।

RAIN

ମୌସୁମୀ କାରଣରୁ ଯେତିକି ବର୍ଷା ହେବା କଥା ତା ନ ହେବାରୁ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥିଲା । ଫଳରେ ଗତବର୍ଷ ତୁଳନାରେ ସମାନ ସମୟରେ ହାରାହାରି ତାପମାତ୍ରା ଅଧିକ ରହିଥିଲା ।

ତେବେ ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମେଘଛନ୍ନ ଆକାଶ ସହ କିଛି ଅଞ୍ଚଳରେ ବର୍ଷା ଲାଗିରହିଛି । ଗତକାଲିର ସୂଦୃଶ ଲଘୁଚାପ କ୍ଷେତ୍ର ଆଜି ଦୁର୍ବଳ ହୋଇ ଗୋଟିଏ ଲଘୁଚାପ ଭାବେ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+