ପାଣିପାଗ ଖବର: ମୌସୁମୀ ଆସି ମଧ୍ୟ ବର୍ଷା ନାହିଁ; ୪ ଜିଲ୍ଲାରେ ସ୍ଥିତି ଉତ୍କଟ, ୨୧ଟି ଜିଲ୍ଲାରେ କମ୍ ବର୍ଷା

ଆଉ ସପ୍ତାହେ ଅଛି ଜୁନ୍ ମାସ । ରାଜ୍ୟକୁ ମୌସୁମୀ ମଧ୍ୟ ଆସି ସାରିଛି। ହେଲେ ବର୍ଷା ନାହିଁ । ବର୍ଷା ଯୋଗୁ ସ୍ଥିତି ଗମ୍ଭୀର ହୋଇପଡ଼ିଛି । ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁନ ୧ ରୁ ଜୁନ୍ ୨୩ ପର୍ଯ୍ୟନ୍ତ ସାରା ରାଜ୍ୟରେ ୮୮.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍‌।

ନିଅଣ୍ଟିଆ ବର୍ଷା ଯୋଗୁ ୪ ଜିଲ୍ଲାରେ ସ୍ଥିତି ଅତି ଉତ୍କଟ ରହିଛି । ଏହି ସବୁ ଜିଲ୍ଲାମାନଙ୍କରେ ୬୦ ପ୍ରତିଶତରୁ କମ୍ ବୃଷ୍ଟିପାତ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି- ପୁରୀ,ବଲାଙ୍ଗିର,ବାଲେଶ୍ୱର ଓ ମୟୂରଭଞ୍ଜ।
ପୁରୀରେ ସର୍ବାଧିକ ସ୍ୱାଭାବିକ ଠାରୁ ୭୦ ପ୍ରତିଶତ କ‌ମ୍ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜରେ ୬୯, ବାଲେଶ୍ୱରରେ ୬୫ ଏବଂ ବଲାଙ୍ଗିରରେ ୬୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି।

୨୧ଟି ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ଯାଏଁ କମ୍ ବର୍ଷା ରହିଛି। ମାତ୍ର ୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, ଢେଙ୍କାନାଳ ଓ ଜଗତସିଂହପୁର।

odisha Weather News

ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିରେ ସର୍ବାଧିକ ୫୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ନବରଙ୍ଗପୁର ସହରରେ ୩୨ ମିମି ବର୍ଷା ହୋଇଛି । ଫୁଲବାଣୀରେ ୫୧.୪ ମିମି ବର୍ଷା ହୋଇଥିବା ବେଳେ କୁଜଙ୍ଗରେ ୫୧, ଭଞ୍ଜନଗରରେ ୫୦.୧, ମାଲକାନଗିରିରେ ୪୮.୨, କରଞ୍ଜିଆରେ ୪୮, କନ୍ଧମାଳର ଟିକାବାଲିରେ ୪୭, ଫିରିଙ୍ଗିଆରେ ୪୫.୨, ବରଗଡ଼ର ଅତାବିରାରେ ୪୦, ମାଲକାନଗିରିର ମାଥିଲିରେ ୩୮, କନ୍ଧମାଳର ଖଜୁରୀପଡ଼ାରେ ୩୬ ଓ ଗଞ୍ଜାମର ବେଲଗୁଣ୍ଠାରେ ୩୨.୨ମିମି ବର୍ଷା ରେକର୍ଡ ହୋଇଛି ।

ସୂଚନାଯୋଗ୍ୟ, ଆଜି ରାଜ୍ୟର ସବୁ ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚି ସାରିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜୁନ୍ ୨୬ ତାରିଖରୁ ବର୍ଷାର ପରିମାଣ ବଢ଼ିପାରେ ବୋଲି ଆକଳନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+