ଆଜିର ପାଣିପାଗ ଖବର : ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ, ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୪ ମିମି ରେକର୍ଡ
ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ । ଆକାଶ ମେଘଶୂନ୍ୟ ରହିଛି । ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୪ ମିମି ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୧୨.୧ ମିମି ତୁଳନାରେ ୯୬% କମ । ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇଛି । ଅଧିକାଂଶ ସ୍ଥାନରେ ଆକାଶ ପ୍ରାୟ ମେଘଶୂନ୍ୟ ରହିଛି ।
ଦୁଇ ଦିନ ତଳେ ରାଜ୍ୟରେ ସ୍ୱାଭାବିକ ତୁଳନାରେ ୯୨% କମ ବର୍ଷା ରେକର୍ଡ ହୋଇଥିଲା । ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିବ । ଆହୁରି ୩ ଦିନ ମୌସୁମୀର ଦୁର୍ବଳ ସ୍ତିତି ଜାରିହରିବା ସହ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଦୁର୍ବଳ ସ୍ତିତି ହେତୁ ଅଗଷ୍ଟ ଶେଷ ଯାଏଁ ରାଜ୍ୟରେ କାଁ-ଭାଁ ବର୍ଷା ସମ୍ଭାବନା ରହିଛି ।

ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଯଥେଷ୍ଟ ଉତ୍ତରରେ ରହିବା ସହ ଆଜି ହିମାଳୟର ପାଦଦେଶରେ ଅବସ୍ଥାନ କରୁଛି । ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିବ ।
ତେବେ ଏହି ଭଳି ଭାବରେ ବର୍ଷା କମ ହେତୁ ଆଗକୁ ମରୁଡ଼ି ପରିସ୍ଥିତି ବି ଆସିପାରେ । ଯାହା ଏକ ଉତ୍କଟ ସମସ୍ୟା ହୋଇ ଠିଆ ହୋଇପାରେ । ଏହା ସହ ବର୍ଷା ଠିକ୍ ସେ ନ ହେବାରୁ ଏବେ ବି ଚିନ୍ତାରେ ଅଛି ଚାଷୀ ।
ବର୍ତ୍ତମାନ ସୁଦ୍ଧା ରାଜ୍ୟର କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଆବଣ୍ଟନରେ ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଛି । ରାଜ୍ୟରେ ଧାନ ଅମଳ କମିବା ସହ ଖରିଫ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ମଧ୍ୟ ବୃଦ୍ଧି ପାଇପାରେ ବୋଲି ସନ୍ଦେହ କରାଯାଉଛି।
ଦିଲ୍ଲୀରେ ମଧ୍ୟ ଖୁବ୍ କମ୍ ବର୍ଷା ହୋଇଥିବା ଦେଖାଯାଇଛି । ଅଗଷ୍ଟ ମାସରେ ଦିଲ୍ଲୀ-ଏନସିଆର ୨୨୬.୮ ମିଲିମିଟର ବର୍ଷା ତୁଳନାରେ ୯୧.୯ ମିଲିମିଟର ବର୍ଷା ରେକର୍ଡ କରିଛି । ଯାହା ଅଗଷ୍ଟରେ ସାଧାରଣ ତୁଳନାରେ ୬୦ ପ୍ରତିଶତ କମ୍ ଅଟେ । ବର୍ଷା କମିବା ଚିନ୍ତାର କାରଣ ପାଲଟିଛି ।












Click it and Unblock the Notifications