ପାଣିପାଗ ଖବର: ଆଜିଠୁ ବଦଳିବ ପାଗ; ୮ରୁ ୧୦ ଡିଗ୍ରୀ ବଢିବ ତାପମାତ୍ରା

ଆଜିଠୁ ବଦଳିବ ପାଗ । ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ଆଜିଠୁ ପାଗ ବଦଳିବ । ତେବେ ଆସନ୍ତାକାଲିଠାରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛ ।

ସେହିପରି ଆଜି ସକାଳୁ ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ୨୪ ତାରିଖ ବେଳକୁ ଦିନର ତାପମାତ୍ରା ପୁଣି ୩୮ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ ହୋଇଛି । ଗତ ୫ ବର୍ଷ ମଧ୍ୟରେ ମାର୍ଚ୍ଚ ୧୬ରୁ ୨୦ ତାରିଖ ଭିତରେ ଏଭଳି ବର୍ଷା ରେକର୍ଡ ହୋଇଛି । ଗତକାଲି ୧୨ଟି ସହରର ସର୍ବାଧିକ ଦିନ ତାପମାତ୍ରା ୨୨ଡିଗ୍ରୀ ତଳେ ରହିଥିଲା ।

Odisha Weather Update

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଅନୁଯାୟୀ, ଆସନ୍ତା କାଲିଠାରୁ ରାଜ୍ୟରେ ପାଗ ଫିଟିବା ସମ୍ଭାବନା ରହିଛି । ୨୨ରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି । ଆଗାମୀ ୨୧ ରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ ରୁ ୧୦ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫.୨ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୦.୬ ମିମି ତୁଳନାରେ ୩୮୯୬୬% ଅଧିକ ରହିଛି। ଢେଙ୍କାନାଳରେ ୪୯.୬ ମିମି ବର୍ଷା ହୋଇଥିବା ବେଳେ ବୌଦ୍ଧରେ ୪୭.୮, ନୂଆପଡ଼ାରେ ୪୩.୬ ଓ କନ୍ଧମାଳରେ ୪୨.୯ ମିମି ବର୍ଷା ରେକର୍ଡ କରାଯାଇଛି।

ଆଜି ବଡ଼ି ଭୋରରୁ ଟ୍ୱିନ ସିଟିରେ ସବୁ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି। ଏଥିଯୋଗୁ ସାଧାରଣ ଜୀବନଯାତ୍ରା ଦୀର୍ଘ ସମୟ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି।

ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଆଜି ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି। ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ସକାଳେ ଲୋକେ ଗାଡ଼ି ଲାଇଟ ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+