ପାଣିପାଗ ଖବର: ପୁଣି ଓଡ଼ିଶାକୁ ବାତ୍ୟା ଭୟ ! ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ
ରାଜ୍ୟକୁ ପୁଣି ବାତ୍ୟା ଭୟ । ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ମଲ୍ଲାକା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବା ନେଇ ଆକଳନ କରାଯାଉଛି ।
୨୯ ତାରିଖ ବେଳକୁ ଏହା ଅବପାତର ରୂପ ନେବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ହେବ ପରିଣତ । ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ନେଇ ସମ୍ଭାବନା ରହିଛି ।
ତେବେ ପରବର୍ତ୍ତୀ ୪୮ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ସୃଷ୍ଟି ହେବ । ଯଦି ଲଘୁଚାପଟି ବାତ୍ୟାର ରୂପ ନିଏ ତେବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ତାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ବାତ୍ୟା ସୃଷ୍ଟି ହେଲେ ଏହାର ନାମ 'ମିଚାଉଙ୍ଗ ' ରଖାଯିବ । ମ୍ୟାନମାର ଏହାର ନାମକରଣ କରିଛି । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କେମିତି ରହିବ ବର୍ତ୍ତମାନ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି ।
କିଛି ମଡେଲ ବାତ୍ୟାଟି ବାଂଲାଦେଶରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରୁଥିବାବେଳେ କିଛି ମଡେଲ ଏହା ଆନ୍ଧ୍ର ଉପକୂଳ ଆଡକୁ ଯିବା ନେ

ତେବେ ଏହି ଲଘୁଚାପ ପ୍ରଭାବରେ ୨୮ ତାରିଖରେ କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାର କେତେକାଂଶରେ ହାଲୁକା ବର୍ଷା ହୋଇପାରେ।
ତେବେ ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଯାସନ୍ ନିକୋଲାସଙ୍କ ଆକଳନ ଅନୁଯାୟୀ, ଆଜି ଆଣ୍ଡାମାନ ସାଗରରେ ପ୍ରବେଶ କରିବାକୁ ଥିବା ଘୂର୍ଣ୍ଣିବଳୟ ଆସନ୍ତା ସପ୍ତାହ ମଧ୍ୟଭାଗ ବେଳକୁ ଅବପାତରେ ପରିଣତ ହେବ ।
ସେପଟେ ରବିବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୨୬.୪ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ସେଲସିୟସ ଥିଲା । ଯାହା ଚଳିତ ଶୀତ ଋତୁରେ ହାରାହାରି ଠାରୁ ଏକ ଡିଗ୍ରୀ କମ ରହିଥିଲା। IMD କହିଛି ଯେ ବର୍ଷା ପରେ ହାଲୁକାରୁ ମଧ୍ୟମ କୁହୁଡି ହେବାର ସମ୍ଭାବନା ରହିଛି।












Click it and Unblock the Notifications