ପ୍ରବଳ ଥଣ୍ଡାରୁ ରାଜ୍ୟବାସୀଙ୍କୁ ମିଳିବ ତ୍ରାହି, କମିବ ଶୀତ ବଢିବ କୁହୁଡ଼ି !

ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଦିନବେଳେ ବିନା ଶୀତ ପୋଷାକରେ ରହି ହେଉନି । ସେହିପରି ପ୍ରବଳ ଶୀତ ହେତୁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ତେବେ ଏଥିରୁ ମିଳିପାରେ ସାମାନ୍ୟ ଆସ୍ୱସ୍ତି । ଆସନ୍ତାକାଲିଠୁ କମିବ ଶୀତ ଆଉ ବଢିବ କୁହୁଡ଼ି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି ।

ରାଜ୍ୟରେ ଲାଗିଥିବା ଶୀତର ପ୍ରକୋପ ଆସନ୍ତାକାଲି ଯାଏଁ ରହିବ । ୨୩ ତାରିଖ ସକାଳେ ପ୍ରବଳ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି । ।ବାୟୁମଣ୍ଡଳରେ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଓ ୨୪ ତାରିଖରେ ପ୍ରବଳ କୁହୁଡ଼ି ଜାରି କରିବ।

ଉପକୂଳ ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ। ୨୩ ତାରିଖରେ ୧୦ ଜିଲ୍ଲା ଓ ୨୪ ତାରିଖରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍‌ ରହିବା ନେଇ ଚେତାବନୀ ଦିଆଯାଇଛି ।

odisha weather

ଗତ କିଛି ଦିନ ହେଲା ରାତିର ସର୍ବନିମ୍ନ ସ୍ୱାଭାବିକ ତାପମାତ୍ରା ୨-୩ ଡିଗ୍ରୀ ତଳକୁ ଖସି ଆସିଛି । ଏପରିକି ୧୪ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତା'ଠାରୁ କମ୍‌ ରହିଛି । ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ଗତକାଲି ରାତିରେ ୫ ଡିଗ୍ରୀ ରେକର୍ଡ ‌କରାଯାଇଛି ।

ଗତ କିଛିଦିନ ହେଲା ଶୀତ ସହ ୮ରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ବିଶେଷ କରି କେନ୍ଦୁଝର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଆଦି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି ।

କଟକ ଓ ଭୁବନେଶ୍ବରରେ ପାରଦ ସର୍ବନିମ୍ନ ସ୍ତର 13 ଡିଗ୍ରୀକୁ ଖସି ଆସିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବାନୁଯାୟୀ ଗତ 24 ଘଣ୍ଟାରେ ରାଜ୍ୟର ପାଗ ମୁଖ୍ୟତଃ ଖୁଖିଲା ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+