ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ: ୬ ଜିଲ୍ଲାରେ ବର୍ଷା, ୧୨ରୁ ଆହୁରି ବଢ଼ିବ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତିକରି ୧୨ ତାରିଖ ସୁଦ୍ଧା ତାମିଲନାଡୁ ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ।

ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେଉ ନ ଥିବା ବେଳେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କୋହଲା ପାଗ ଲାଗି ରହିଛି ।
ସୋମବାର ଉତ୍ତର ତଥା ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ୬ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

odisha weather news

ଏହି ଜିଲାଗୁଡିକ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଆଦି ରହିଛି। ସେହିଭଳି ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, କଟକ ଓ ଖୋର୍ଦ୍ଧା ଆଦି ୧୧ ଜିଲାରେ କୋହଲା ପାଗ ସାଙ୍ଗକୁ ବର୍ଷା ହୋଇପାରେ ।

ଏହା ପରେ ୧୦ରୁ ୧୨ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାକୁ ଥିବାବେଳେ ପୁଣି ରାତିର ତାପମାତ୍ରା ୩ ଡିଗ୍ରୀ ହ୍ରାସ ପାଇବ । ଏହା ସହିତ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । ରବିବାର ଗଞ୍ଜାମ, କୋରାପୁଟ, କଳାହାଣ୍ଡି ଓ କନ୍ଧମାଳ ଜିଲାରେ କୁହୁଡି ଦୃଶ୍ୟମାନ ହେବା ନେଇ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ଶୀତ ଉଭାନ

ରାଜ୍ୟରେ ଶୀତ ଉଭାନ । ନଭେମ୍ୱର ଯାଇ ଡିସେମ୍ୱର ପ୍ରଥମ ସପ୍ତାହ ସରିଗଲାଣି, ହେଲେ ରାଜ୍ୟରେ ଶୀତର ଦେଖା ନାହିଁ । ପ୍ରତିବର୍ଷ ଏହି ସମୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବା ବେଳେ ଚଳିତବର୍ଷ ଶୀତ ଉଭାନ ହୋଇଯାଇଛି। କମ୍ୱଳ ଘୋଡ଼ାଇ ହୋଇ ଶୋଇବା ବଦଳରେ ଲୋକଙ୍କ ଘରେ ଫ୍ୟାନ୍‌ ଦରକାର ପଡୁଛି।

ମଝିରେ କିଛି ଦିନ ଦୁଇରୁ ତିନୋଟି ସହରର ସର୍ବନିମ୍ନ ତାପମାତ୍ରା ସାମାନ୍ୟ କମିଥିଲା। ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଆହୁରି ଚକିତ କଲା ଭଳି ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ସ୍ବାଭାବିକ ସ୍ଥିତିକୁ ଫେରିବ ନାହିଁ। ଅର୍ଥାତ୍‌ ସମସ୍ତ ସହରରେ ରାତିର ପାରଦ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+