ପାଣିପାଗ ଖବର: ସକାଳୁ ସକାଳୁ ହାଲୁକା ଶୀତ, ରାତିରେ ଖସୁଛି ପାରଦ

ଭୁବନେଶ୍ୱର: ସକାଳୁ ସକାଳୁ ହାଲୁକା ଶୀତ । ବେଶୀ ନ ହେଲେ ସକାଳୁ ଶୀତ ପଡ଼ିଲାଣି । ଶେଯରୁ ଉଠିଲା ବେଳକୁ ଟିକେ ଘୋଡ଼ି ହୋଇ ପୁଣି ଶୋଇବାକୁ ଇଛା ହେଲାଣି । ସକାଳୁ ବି ଚା' ଦୋକାନରେ ଟିକେ ଭିଡ ଦେଖିବାକୁ ମିଳୁଛି । ଆଉ ଚା' ଦୋକାନରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି ।

ରାଜ୍ୟରେ ରାତିର ତାପମାତ୍ରା ଧୀରେ ଧୀରେ ଖସୁଛି । ପାରଦ କ୍ରମଶଃ ତଳମୁହାଁ ହେଉଛି । ଗତ ୨୪ ଘଣ୍ଟାରେ ଜି. ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ । ୧୩ ଡିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ।ସେହିପରି କୋରାପୁଟରେ ୧୩.୮, କିରେଇ ୧୪, ଦାରିଙ୍ଗବାଡ଼ି ୧୪.୫ ଡିଗ୍ରୀ ରହିଛି ।

କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ ରହିଛି । ଦାରିଙ୍ଗିବାଡ଼ିରେ ୧୪.୫ ଡିଗ୍ରୀ, ଫୁଲବାଣୀରେ ୧୫ ଡିଗ୍ରୀ ,ନବରଙ୍ଗପୁରରେ ୧୭ ଡିଗ୍ରୀ , ଅନୁଗୁଳରେ ୧୭ ଡିଗ୍ରୀ, ଭବାନୀ ପାଟଣରେ ୧୭ ଡିଗ୍ରୀ, ହୀରାକୁଦ ୧୭.୨ ଡିଗ୍ରୀ, ଝାରସୁଗୁଡ଼ା ୧୭.୩ ଡିଗ୍ରୀ, ସୋନପୁର ୧୭.୭ ଡିଗ୍ରୀ ରହିଛି ତାପମାତ୍ରା ।

winter

ସୁନ୍ଦରଗଡ଼ରେ ୧୮, ରାଉରକେଲାରେ ୧୮.୨,ଅନୁଗୁଳରେ ୧୮.୬ ଓ ଝାରସୁଗୁଡ଼ାରେ ୧୮.୮ ଡିଗ୍ରୀ ରେକର୍ଡ ହୋଇଛି । ୫ ତାରିଖ ବେଳକୁ ରାତି ତାପମାତ୍ରା ଆହୁରି ଖସିବ ଓ ଶୀତ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି ।

ଗୁରୁବାର ଅନୁଗୁଳ ଓ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୪.୧ ଡିଗ୍ରୀ ରହିଛି । ମାଲକାନଗିରିରେ ୩ ୪, ରାୟଗଡ଼ାରେ ୩୩.୬, ପୁରୀରେ ୩୩.୬, ପାରାଦୀପର ତାପମାତ୍ରା ୩୩.୪ ଡିଗ୍ରୀ ରହିଛି । ରାତି ତାପମାତ୍ରା କମିବା ଯୋଗୁ ଭୋର୍‌ରେ ହାଲ୍‌କା ଶୀତ ହେଉଛି ।

ସେହିପରି ୧ ଓ ୨ ତାରିଖରେ ରାଜ୍ୟରେ ବର୍ଷା ରହିବ। ବଙ୍ଗୋପସାଗରର ପୂର୍ବ ଭାଗରୁ ପବନ ବହିବ। ଫଳରେ ଜଳୀୟବାଷ୍ପ ରହିବ। ଏହା ହାଲୁକା ବର୍ଷା କରାଇବ । ଉତ୍ତର ଓ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+