ପାଣିପାଗ ଖବର: ଆଗାମୀ ଦୁଇ ଦିନ ହାଲୁକା ବର୍ଷା ସମ୍ଭାବନା, ୨୦ରୁ ୨୨ ପାଗ ରହିବ ଶୁଖିଲା
୨୦ରୁ ୨୨ ପାଗ ରହିବ ଶୁଖିଲା । ଆଗାମୀ ଦୁଇ ଦିନ ପଶ୍ଚିମା -ଝଡ଼ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ୨୦, ୨୧ ଏବଂ ୨୨ ତାରିଖରେ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବା ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ଟୁଇଟ କରିଛନ୍ତି । ଆଗକୁ ଦଶହରାରେ ବର୍ଷା ହେବାକୁ ଥିବା ବେଳେ ଏବେ ପାଗ ଶୁଖିଲା ରହିବ ।
ସେହିପରି ଆମେ ଯଦି ଦେଖିବ ଆଜି ସକାଳ ସମୟରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ମଧ୍ୟମ-ଧରଣର କୁହୁଡି ଅନୁଭୂତ ହୋଇଥିବା ବେଳେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୨୦୦ମିଟର ରେକର୍ଡ ହୋଇଛି ।
ପଶ୍ଚିମା-ଝଡ ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ଗଜପତି ଏବଂ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଅନୁଭୂତ ହୋଇଛି । ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ଠାରେ ସର୍ବାଧିକ ୧୨.୨ ମିମି ଏବଂ ଟାଙ୍ଗରପଲ୍ଲୀ ଠାରେ ୧୦.୪ ମିମି ବର୍ଷା ରେକର୍ଡ ହୋଇଛି ।

ଚଳିତ ମୌସୁମୀରେ ରଜ୍ୟରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି । ୧୦ ଦିନ ବିଳମ୍ବରେ ୨୨ଜୁନ ରେ ମୌସୁମୀ ରାଜ୍ୟକୁ ଅଗ୍ରସର ହୋଇଥିବା ବେଳେ ୧୩ ଅକ୍ଟୋବର ରେ ପ୍ରତ୍ୟାବର୍ତନ କରିଛି । ୨୨ ଜୁନ ରୁ ୩୦ ସେପ୍ଟେମ୍ବର , ୧୦୧ ଦିନରୁ ୩୩ଦିନ ରାଜ୍ୟରେ ସ୍ୱାଭାବିକ ତୁଳନାରେ ଅଧିକ ବର୍ଷା ରେକର୍ଡ ଅର୍ଥାତ ୨୦% ଦିନ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।
କୃଷି ପାଣିପାଗ ବିଶାରଦ ଡକ୍ଟର ପଶୁପାଳକ କହିଛନ୍ତି, ଚଳିତ ବର୍ଷ ବିଳମ୍ବରେ ଶୀତ ଆସିବ । ଏଲ-ନିନୋ ପ୍ରଭାବ ଯୋଗୁ ଶୀତ ମଧ୍ୟ କମ ରହିବ । ଏବଂ ଶୀତ ବିଳମ୍ବରେ ଆସି ଶୀଘ୍ର ପଳାଇବ । ଅନ୍ୟ ପକ୍ଷରେ ଖରା ଏବଂ ଗରମ ଆଗୁଆ ଅନୁଭୂତ ହେବ । ଶୀତ ଋତୁରେ ହେଉଥିବା ବର୍ଷା ବି ଏଥର କମ ହେବ ବୋଲି ସେ ଆକଳନ କରିଛନ୍ତି ।
ତେବେ ଚଳିତ ମାସ ଚତୁର୍ଥ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦି ଏହି ଲଘୁଚାପ ଓଡ଼ିଶା ଉପକୂଳ ମୁହାଁ ହୁଏ ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଉଛି । ଯାହା ଦ୍ଵାରା ଦଶହରାରେ ବର୍ଷା ହୋଇପାରେ ।












Click it and Unblock the Notifications