ନିଅଣ୍ଟିଆ ବର୍ଷା : ବଢୁଛି ଚାଷୀର ଚିନ୍ତା, ଆରମ୍ଭ ହୋଇପାରୁନି ଚାଷ

ନିଅଣ୍ଟିଆ ବର୍ଷା ଚିନ୍ତା ବଢ଼ାଉଛି । ଧାନ ଚାଷ ଆରମ୍ଭ ହୋଇ ପାରୁନି । ଦୁଶ୍ଚିନ୍ତା ଚାଷୀକୁ ମାଡ଼ି ଆସିଲାଣି । ଅଗଷ୍ଟ ମାସ ଚାଷ କାର୍ଯ୍ୟ ପାଇଁ ଖୁବ୍ ଅନୂକୁଳ ହୋଇଥିବା ବେଳେ ବର୍ଷାର ସ୍ଥିତି ଦେଖି ଏବେ ହତାଶ ହୋଇପଡ଼ିଛନ୍ତି ଚାଷୀ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟର କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଆବଣ୍ଟନରେ ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଛି । ରାଜ୍ୟରେ ଧାନ ଅମଳ କମିବା ସହ ଖରିଫ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ମଧ୍ୟ ବୃଦ୍ଧି ପାଇପାରେ ବୋଲି ସନ୍ଦେହ କରାଯାଉଛି।

ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ୧୧ଟି ଜିଲ୍ଲାରେ ସ୍ବାଭାବିକଠାରୁ ୨୦ରୁ ୩୫ ପ୍ରତିଶତ କମ ବର୍ଷା ହୋଇଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବର୍ଷା ଆଶା ରହିଛି । ତେବେ ଦ୍ବିତୀୟ ଏବଂ ତୃତୀୟ ସପ୍ତାହ ବର୍ଷା ହେବ ନାହିଁ ।

less_rain

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ଅଗଷ୍ଟ ମାସରେ ୧ ତାରିଖରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ୨୯୮.୬ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୩୩୩.୫ ମିମି ତୁଳନାରେ ପାଖାପାଖି ୧୦% କମ ଅଟେ । ଗତ ୫ ବର୍ଷର ଅଗଷ୍ଟମାସର ବର୍ଷା ତୁଳନାରେ ଚଳିତ ବର୍ଷ ଖୁବ୍ କମ୍ ବର୍ଷା ରେକର୍ଡ କରାଯାଇଛି ।

ତେବେ ୩୧ ତାରିଖରୁ ପୁଣି ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ବୋଲି ଆକଳନ କରାଯାଇଛି । ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବ ରହିଛି ।

ଦିଲ୍ଲୀରେ ମଧ୍ୟ ଖୁବ୍ କମ୍ ବର୍ଷା ହୋଇଥିବା ଦେଖାଯାଇଛି । ଅଗଷ୍ଟ ମାସରେ ଦିଲ୍ଲୀ-ଏନସିଆର ୨୨୬.୮ ମିଲିମିଟର ବର୍ଷା ତୁଳନାରେ ୯୧.୯ ମିଲିମିଟର ବର୍ଷା ରେକର୍ଡ କରିଛି । ଯାହା ଅଗଷ୍ଟରେ ସାଧାରଣ ତୁଳନାରେ ୬୦ ପ୍ରତିଶତ କମ୍ ଅଟେ ।

ପୂର୍ବ ବର୍ଷମାନଙ୍କ ଅପେଷା ଚଳିତ ବର୍ଷ ବର୍ଷାର ପରିମାଣ କମ୍ ରହିଥିବା କୁହାଯାଉଛି । ଦେଶର ବିଭିନ୍ନ ସ୍ଥାନରେ କମ୍ ବୃଷ୍ଟିପାତ ସମସ୍ୟା ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+