ପାଣିପାଗ ଖବର: ଆଗାମୀ ୫ ଦିନ ରାଜ୍ୟରେ କାଳବୈଶାଖୀର ପ୍ରଭାବ
ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖରେ ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
୨୩ ଓ ୨୪ ତାରିଖରେ କାଳବୈଶାଖୀ ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । କିଛି ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ମଧ୍ୟ ପବନ ବହିପାରେ ।
ସେହିପରି ୨୨ ତରିଖରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ମଧ୍ୟ ଆକଳନ କରିଛି ପାଣିପାଗ କେନ୍ଦ୍ର । ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନିଭୂତ ହେବା ସହ ୨୪ ତାରିଖରେ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ ପାଣିପାଗ ବିଭାଗ କହିଛି କି ଚଳିତ ବର୍ଷ ଦେଶରେ ସାମାନ୍ୟରୁ ଅଧିକ ବର୍ଷା ହୋଇପାରେ । ଏହି କ୍ରମରେ ଦେଶରେ ୮୭ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ମୌସୁମୀ ବାୟୁ ମେ'୩୧, ଆଗରୁ ପହଂଚୁଥିବା ବେଳେ ଓଡିଶାରେ ଜୁନ ୧୧ ରୁ ୧୬ ତାରିଖ ମଧ୍ୟରେ ମୌସୁମୀ ବାୟୁ ପହଂଚିବ ବୋଲି ପୂର୍ବାନୁମାନ କରାଯାଇଛି । ଗତବର୍ଷ ଜୁନ ୮ ତାରିଖରେ ମୌସୁମୀ ବାୟୁ କେରଳରେ ପହଂଚିଥିଲା ।
ଯଦି ମୌସୁମୀ ବାୟୁ କେରଳ ପହଂଚିବାର ଇତିହାସ ଦେଖିବା ତେବେ ୧୯୧୮ ମସିହାରେ ସବୁଠାରୁ ଶୀଘ୍ର ଅର୍ଥାତ ମେ ୧୧ ତାରିଖରେ ମୌସୁମୀ ବାୟୁ ପହଂଚିଥିବା ବେଳେ ସବୁଠୁ ବିଳମ୍ବ ୧୯୭୨ ମସିହାରେ ଜୁନ ୧୮ ତାରିଖରେ କେରଳରେ ମୌସୁମୀ ବାୟୁ ପହଂଚିଥିଲା ।
IMD ର ପୂର୍ବାନୁମାନ ଅନୁସାରେ, ଚଳିତ ବର୍ଷ କେରଳରେ ମୌସୁମୀ ବାୟୁ ମେ ୨୭ରୁ ଜୁନ ୪ ଭିତରେ ପ୍ରବେଶ କରିପାରେ। କେରଳରେ ମୌସୁମୀ ଜୁନ ୧ରୁ ୪ ଭିତରେ ଆସିଥାଏ।












Click it and Unblock the Notifications