ବଢ଼ୁଛି ତାତି; ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ୩୭.୮
ବଢ଼ୁଛି ତାତି । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ୩୭.୮ । ସମ୍ବଲପୁର ୩୭.୬, ଭୁବନେଶ୍ବର ୩୬, ହୀରାକୁଦ ୩୫.୪ ।

ସପ୍ତାହେ ଯାଏଁ ତାତିରୁ ନାହିଁ ନିସ୍ତାର:
ରାଜ୍ୟରେ ପାଣିପାଗ ସ୍ଥିତି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି," ଉପକୂଳ ଓଡ଼ିଶାରେ ସ୍ୱାଭାବିକ ତାପମାତ୍ରା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିଛି । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗ କ୍ଷେତ୍ରରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।"
ସେ ଆଉ ମଧ୍ୟ କହିଛନ୍ତି, "୫ରୁ ୭ ଦିନ ପର୍ଯ୍ୟନ୍ତ ପାଗ ମୁଖତଃ ଶୁଖିଲା ରହିବ । ବର୍ଷା ହେବାର ସମ୍ଭାବନା ନାହିଁ । କାଳବୈଶାଖୀର ବି ସମ୍ଭାବନା ନାହିଁ । ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଗାମୀ ୨୪ ଘଣ୍ଟା ପରେ କିଛି ସ୍ଥାନରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିପାରେ ।"












Click it and Unblock the Notifications