ପାଣିପାଗ ଖବର: ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷିବ

ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷିବ। ଓଡ଼ିଶାର ଚତୁପାର୍ଶ୍ବରେ ୩ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଦକ୍ଷିଣ ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଥିବା ବେଳେ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଉ ଏକ ଘୂର୍ଣ୍ଣିବଳୟ ପୂର୍ବ ବାଂଲାଦେଶ ଉପରେ ଅବସ୍ଥିତ ରହିଛି ।

ତେବେ ଏହାର ପ୍ରଭାବରେ ଆଜିଠୁ ବଢିବ ବର୍ଷା ପରିମାଣ । ଆଜି ପ୍ରବଳ ବର୍ଷା ନେଇ ୯ଜିଲ୍ଲା ଓ ୧୫ତାରିଖରେ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୮ ପରେ କମିବ ବର୍ଷାର ପରିମାଣ ।

odisha Weather News

ଗତ ୨୪ ଘଣ୍ଟାରେ ଗଂଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ୫୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏବେବି ରାଜ୍ୟରେ ୧୧ ପ୍ରତିଶତ ନିଅଁଟିଆ ବର୍ଷା ରହିଛି । ୭୧୩.୩ ମିମି ବର୍ଷା ସ୍ୱାଭାବିକ ରହିବା କଥା। ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+