୨୭ରେ ଲଘୁଚାପ ! ଦୁଇ ଦିନ ଓଡ଼ିଶାରେ ପ୍ରବଳ ବର୍ଷା, IMD ଆଲର୍ଟ
ଆସନ୍ତା ୨୭ ଓ ୨୮ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସୂଚନା ଅନୁସାରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି । ଏହାସହିତ ଆସନ୍ତା ୬ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ । ଆଗାମୀ କିଛି ଘଣ୍ଟାରେ ୨୬ଜିଲ୍ଲାରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ । ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ବର୍ଷା ମୌସୁମୀ ବାୟୁ ଅଗ୍ରସରକୁ ଆହୁରି ସକ୍ରିୟ କରିବ ବୋଲି ଅନୁମାନ କରାଯାଉଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି ।

ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ
ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ । ସକ୍ରିୟ ରହିଲେ ଓଡ଼ିଶା ଆଗମନ ନେଇ ବାଟ ଫିଟିବ । ତେବେ ପାଗ ଅନୁକୂଳ ସହ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ ବିଭାଗ କହିଛି । ଫଳରେ ଏଥର ଶୀଘ୍ର ମୌସୁମୀ ଆସିବା ଆକଳନ ସତ ହେବ ।
ପୂର୍ବରୁ ଆଇଏମଡି ମେ ୨୭ ତାରିଖରେ ମୌସୁମୀ ବାୟୁ କେରଳ ଭୂଖଣ୍ଡ ଛୁଇଁବ ନେଇ ଆକଳନ କରିଥିଲା । ଏବେ ପାଣିପାଗ ଅନୁକୂଳ ପରେ ଆସନ୍ତା ୩ ଦିନ ମଧ୍ୟରେ ମୌସୁମୀ ବାୟୁ କେରଳରେ ପ୍ରବେଶ କରିବ । ଏହାପରେ ମୌସୁମୀ ସକ୍ରିୟ ରହିଲେ ଓଡ଼ିଶା ଆଗମନ ନେଇ ବାଟ ଫିଟିବ। ସାଧାରଣତଃ ଜୁନ ଦ୍ଵିତୀୟ ସପ୍ତାହରେ ଓଡ଼ିଶା ରେ ପ୍ରବେଶ କରିଥାଏ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ହେଲେ ଏଥର କେରଳ ମୌସୁମୀ ସଅଳ ଆସିଲେ ଓଡ଼ିଶା ବି ଶୀଘ୍ର ଆସିବ ବୋଲି ଆକଳନ କରିଛି ବିଭାଗ ।
ଆଗାମୀ ୨୪ ଘଣ୍ଟାରେ ଝାରସୁଗୁଡା ବରଗଡ଼ ସମ୍ବଲପୁର ଓ ଦେଓଗଡକୁ ବାଦ ଦେଲେ ଅନ୍ୟ ୨୬ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନକୁ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା ଯାଏଁ ଉପକୂଳ ଓଡ଼ିଶାର ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ ଜଗତସିଂହପୁର କେନ୍ଦ୍ରାପଡା ଯାଜପୁର ଭଦ୍ରକ ଓ ବାଲେଶ୍ୱର ଏହି ଏହି ୧୧ ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରୁଛି ପାଣିପାଗ ବିଭାଗ ।
ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ପାଣିପାଗ ବୈଜ୍ଞାନିକ ଉମା ଶଙ୍କର ଦାସ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି କି, "ବଙ୍ଗୋପସାଗର ରେ ଲଘୁଚାପ ସମ୍ଭାବନା ରହିଛି । 27 ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ତଥା ପରବର୍ତୀ ଦୁଇ ଦିନ ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି l ପ୍ରାକମୌସୁମୀ ର ଆଭାସ..... ରାଡାର ରୁ ମିଳୁଥିବା ସୂଚନା ଅନୁଯାୟୀ ବାଦଲ ସମୂହର ଗତି ଦକ୍ଷିଣ କିମ୍ଵା ଦକ୍ଷିଣ ପୂର୍ବଦିଗରୁ ସ୍ଥଳ ଭାଗ ମୁହାଁ ରହୁଛି । ଯାହାକି କାଳବୈଶାଖୀ ସହ ଜଡିତ ମେଘସମୂହର ଗତି ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ, ଯାହାକି ସାଧାରଣତଃ ପଶ୍ଚିମରୁ ପୂର୍ବ ଦିଗରୁ ରହିଥାଏ l"












Click it and Unblock the Notifications