ବଦଳିଲା ପାଣିପାଗ; ମାଘରେ ବଢ଼ିଲା ଖରା, ବଢୁଛି ରାତିର ତାପମାତ୍ରା

ମାଘରେ ବଢ଼ିଲା ତାତି । ଏପରି ଲାଗୁଛି ରାଜ୍ୟରେ ଖରାଦିନ ଆରମ୍ଭ ହୋଇଗଲାଣି । ଗତ ରାତିରେ ଉପକୂଳ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଅଧିକ ରହିଥିଲା। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୩ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା।

ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପରବର୍ତ୍ତୀ ୨ ଦିନ ମଧ୍ୟରେ ରାଜ୍ୟରେ ପାଣିପାଗ ୨ରୁ ୩ ଡିଗ୍ରୀ ହ୍ରାସ ଘଟିବାରେ ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତାତି ଆଜି ଏପରି ଲାଗୁଛି ଯେମିତି ରାଜ୍ୟରେ ଖରାଦିନ ଆରମ୍ଭ ହୋଇଗଲାଣି । ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ବୃଦ୍ଧି ପାଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Odisha weather news

ଗତକାଲି ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ କିମ୍ବା ତା'ଠୁ ଅଧିକ ରହିଥିଲା। ପୁରୀରେ ରାତି ତାପମାତ୍ରା ୨୪ ଡ଼ିଗ୍ରୀ ରହିଥିବା ବେଳେ ପାରାଦ୍ୱୀପରେ ୨୩.୬ ଡ଼ିଗ୍ରୀ, କେନ୍ଦ୍ରାପଡା ୨୨.୪ ଡ଼ିଗ୍ରୀ, ଗୋପାଳପୁର ୨୧.୯ ଡ଼ିଗ୍ରୀ, ଚାନ୍ଦବାଲି ୨୧.୯ ଡ଼ିଗ୍ରୀ, ବାଲେଶ୍ୱର ୨୧.୭ ଡ଼ିଗ୍ରୀ ଓ ଭୁବନେଶ୍ୱର: ୨୧.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ସେହିପରି ଆମେ ଯଦି ଦେଖିବା ଟିଟଲାଗଡରେ ୨୧ ଡ଼ିଗ୍ରୀ, ଢେଙ୍କାନାଳରେ ୨୧ ଡ଼ିଗ୍ରୀ, ଭଦ୍ରକ ୨୧ ଡ଼ିଗ୍ରୀ, ଯାଜପୁର: ୨୧ ଡ଼ିଗ୍ରୀ, ମାଲକାନଗିରି ୨୦.୯ ଡ଼ିଗ୍ରୀ, ଭବାନୀପାଟଣା: ୨୦.୫ ଡ଼ିଗ୍ରୀ, ତାଳଚେର: ୨୦ ଡ଼ିଗ୍ରୀ ଓ କଟକରେ: ୨୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+