ପାଣିପାଗ ଖବର: ୨୯ରୁ ପୁଣି ବଢିବ ବର୍ଷାର ପରିମାଣ, ଆସୁଛି ଲଘୁଚାପ

ରାଜ୍ୟରେ ଏବେ ବର୍ଷାର ପରିମାଣ କମିବାରେ ଲାଗିଛି । ତେବେ ଆସନ୍ତା ୨୯ ତାରିଖରୁ ପୁଣି ବଢିବ ବର୍ଷାର ପରିମାଣ । ଆଜି ଅପରାହ୍ନ ସୁଦ୍ଧା ବାରିପଦାରେ ସର୍ବାଧିକ ୫୮ ମି.ମି., ଝାରସୁଗୁଡ଼ାରେ ୨୯.୨ ମି.ମି ବର୍ଷା ହୋଇଛି ।

ଚଳିତ ମୌସୁମୀ ଋତୁ ଜୁନ ୧ରୁ ୨୫ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୧୦୯୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଅନ୍ୟ ପକ୍ଷରେ ତିନିଟି ଜିଲା ଝାରସୁଗୁଡ଼ା (୧୪୪୩.୮ ମି.ମି.), ଢେଙ୍କାନାଳ (୧୨୮୮.୭ ମି.ମି) ଏବଂ ବୌଦ୍ଧ (୧୨୪୨.୮ ମି.ମି.) ରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି । କେନ୍ଦ୍ରାପଡ଼ା (୮୦୮.୭ମି.ମି.) ଏବଂ ନବରଙ୍ଗପୁର (୧୦୦୦.୫ ମି.ମି.)ରେ ନିଅଣ୍ଟିଆ ସ୍ଥିତି ରହିଛି । ହେଲେ ବାକି ୨୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ।

ଆସନ୍ତାକାଲି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି ।

RAIN

ଆସନ୍ତା ୨୯ ତାରିଖ ଯାଏଁ ଏପରି ପାଣିପାଗ ସ୍ଥିତି ଲାଗି ରହିବ । ପରବର୍ତ୍ତୀ କାଳରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଏବଂ ଲଘୁଚାପ ପ୍ରଭାବରେ ବର୍ଷା ପରିମାଣ ବଢ଼ିବ ।

ବର୍ଷା କମିବାରୁ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ ହୋଇଛି । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୬ଟି ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ଆଜି ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୮.୭୭ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୮୦ ହଜାର ୩୨୮ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିଭଳି ନିଷ୍କାସିତ ହେଉଛି ୨ ଲକ୍ଷ ୬୭ ହଜାର ୬୨୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+